Nepal Feels Earthquake Tremors: ନେପାଳରେ ଭୂକମ୍ପର ଝଟକା, ବେଡି ଉପରେ କୋରଡା ମାଡ଼

Sep 09, 2026 - 10:59
Nepal Feels Earthquake Tremors: ନେପାଳରେ ଭୂକମ୍ପର ଝଟକା, ବେଡି ଉପରେ କୋରଡା ମାଡ଼

ବନ୍ୟାରେ ଧ୍ବଂସବିଧ୍ବସ୍ତ ନେପାଳରେ ଭୂକମ୍ପର ଝଟକା। ଗତକାଲି ରାତି ପ୍ରାୟ ୯ଟା ୩୮ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ରେକର୍ଡ ହୋଇଛି। ରାଜଧାନୀ କାଠମାଣ୍ଡୁ ସମେତ ଅନେକ ସ୍ଥାନରେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି ଲୋକେ।

ଏହାର କିଛି ଘଣ୍ଟା ପୂର୍ବରୁ ତିବ୍ଦତରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ ହୋଇଥିଲା। ଭୂମିରୁ ୩୫ କିଲୋମିଟର ଭିତରେ ଭୂକମ୍ପ  ହୋଇଥିବା ୟୁରୋପିଆନ୍ ମେଡିଟେରିନିଆନ୍ ସେସମୋଲଜିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି।

ଗତ ଗୁରୁବାର ଦିନ ବି ତିବ୍ଦତରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। .. ଗତ ଅଗଷ୍ଟ ୨୬ ତାରିଖରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ୧୩ ଶହ ଜଣଙ୍କ ମୃତ୍ୟୁ ହୋଇଛି। ଲୋକେ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ନେପାଳ ଏବଂ ତିବ୍ବତ ସୀମାରେ ବାରମ୍ବାର ଭୂକମ୍ପ ଚିନ୍ତା ବଢାଇଛି। 

ବନ୍ୟାରେ ଧ୍ବଂସବିଧ୍ବସ୍ତ ନେପାଳରେ ଭୂକମ୍ପର ଝଟକା
ରାତି ପ୍ରାୟ ୯ଟା ୩୮ ମିନିଟରେ ଭୂକମ୍ପ ଅନୁଭୂତ 
ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ 
କାଠମାଣ୍ଡୁ ସମେତ ଅନେକ ସ୍ଥାନରେ ଭୂକମ୍ପର ଝଟକା
କିଛି ଘଣ୍ଟା ପୂର୍ବରୁ ତିବ୍ଦତରେ ଭୂକମ୍ପ ହୋଇଥିଲା
ରିକ୍ଟର ସ୍କେଲରେ ତୀବ୍ରତା ୫.୩ ରେକର୍ଡ 
ଭୂମିରୁ ୩୫ କିଲୋମିଟର ଭିତରେ ଭୂକମ୍ପ 
ଗତ ଗୁରୁବାର ବି ତିବ୍ଦତରେ ୫.୦ ତୀବ୍ରତାର ଭୂକମ୍ପ ହୋଇଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।