Nepal Flood : ଏତେ ଦିନ କୋଉଠି ଥିଲୁରେ ବାପା ....
"ଧନରେ ତୁ କୋଉଠି ଥିଲୁ?
ଏତେ ଦିନ ମୋଠୁ କାହିଁକି ଦୂରେଇ ରହିଥିଲୁ?
ମୁଁ ତତେ କେତେ ଖୋଜିଛି ।
ଯେବେଠୁ ତୁ ମୋ ପାଖରୁ ଦୂରେଇ ଯାଇଛୁ ସେବେଠୁ ମୋ ଆଖିରୁ ଲୁହ ଶୁଖିନି ।
ନା ମୁଁ ଠିକ୍ରେ ଖାଇପାରୁଥିଲି ନା ଶାନ୍ତିରେ ଶୋଇପାରୁଥିଲି।
ପ୍ରତିଟି ମୁହୂର୍ତ୍ତରେ ଖାଲି ତୋ କଥା ହିଁ ମନେ ପଡ଼ୁଥିଲା।
ଏ ଭୟଙ୍କର ବନ୍ୟାରେ ଯେତେବେଳେ ତୁ ଦିନ ଦିନ ଧରି ନିଖୋଜ ରହିଲୁ ସେତେବେଳେ ଲୋକେ ବିଭିନ୍ନ କଥା କହିବା ଆରମ୍ଭ କରିଦେଲେ।
କେହି କହୁଥିଲେ ତୁ କୁଆଡ଼େ ଆଉ ଫେରିବୁନି ଆଉ କେହି ମତେ ଧୈର୍ଯ୍ୟ ରଖିବାକୁ କହୁଥିଲେ ।
ବାପାରେ ତତେ ଏଡ଼ୁଟିଏରୁ ଏଡ଼େଟିଏ କରିଛି ।
ମୋ ଜୀବନର ସବୁ ପରିଶ୍ରମ ସବୁ ଭଲପାଇବା ତୋ ଆଗରେ ଅଜାଡ଼ି ଦେଇଛି ।
ତୁ ମୋ ଠୁ ଦୂରେଇ ଯିବୁ ମୁଁ ଦେଖିବି କେମିତି ?
ଆଜି ଏତେ ଦିନ ପରେ ତତେ ମୋ ସାମ୍ନାରେ ଦେଖି ଲାଗୁଛି ଭଗବାନ ମୋ କଥା ଶୁଣିଛନ୍ତି ।
ଏତେ ବଡ଼ ପ୍ରଳୟରୁ ତତେ ରକ୍ଷା କରି ପୁଣି ମୋ କୋଳ ଭରି ଦେଇଛନ୍ତି ।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।