Accident: ଫୋନ୍‌ ଧରିବାକୁ ରାସ୍ତାକଡ଼ରେ ବାଇକ୍‌ ରଖିବା ପରେ ଦ୍ରୁତଗାମୀ କାର୍‌ ମାଡ଼ିଗଲା; ପରିବାରର ୩ ମୃତ

Sep 06, 2026 - 19:38
Accident: ଫୋନ୍‌ ଧରିବାକୁ ରାସ୍ତାକଡ଼ରେ ବାଇକ୍‌ ରଖିବା ପରେ ଦ୍ରୁତଗାମୀ କାର୍‌ ମାଡ଼ିଗଲା; ପରିବାରର ୩ ମୃତ

"ତ୍ରିଶୂର,: ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ଏକ ପରିବାର ଫୋନ୍‌ କଲ୍‌ ଧରିବା ପାଇଁ ରାସ୍ତାକଡ଼ରେ ବାଇକ୍‌ ରଖିଥିଲେ।

ହେଲେ ଏତିକିବେଳେ ଏକ ଦ୍ରୁତଗାମୀ କାର୍‌ ଆସି ବାଇକ୍‌କୁ ପଛରୁ ଧକ୍କା ଦେବାରୁ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି।

ମୃତକମାନେ ହେଲେ ତ୍ରିଶୂର ଜିଲ୍ଲା ଚାଭାକ୍କଡ ଅନ୍ତର୍ଗତ ଏଡକାଝିୟୁରର ମୁନୀର (୩୫), ତାଙ୍କ ପତ୍ନୀ ସଫ୍ନା (୨୫) ଓ ସେମାନଙ୍କ ୩ ବର୍ଷର ପୁଅ ୟାମିଲ୍‌ ଆଇବାକ୍‌।Advertisment ଶନିବାର ରାତି ପ୍ରାୟ ୧୨ଟା ପୂର୍ବରୁ ତ୍ରିଶୂର ଜିଲ୍ଲାର ଗୁରୁବାୟୁର-କୁନ୍ନମକୁଲମ୍‌ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା।

ପୁଲିସର ସୂଚନା ଅନୁସାରେ, ପରିବାରଟି ବିବାହ ଉତ୍ସବରେ ଯୋଗଦେଇ ବାଇକ୍‌ରେ ଘରକୁ ଫେରୁଥିଲା।

ରାସ୍ତାକଡ଼ରେ ବାଇକ୍‌ ଅଟକାଇ ଫୋନ୍‌ରେ କଥା ହେଉଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ନିୟନ୍ତ୍ରଣ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋର୍‌ଦାର ଥିଲା ଯେ ବାଇକ୍‌ରେ ଥିବା ତିନିଜଣ ପ୍ରାୟ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ।

Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।

ହେଲେ ଚିକିତ୍ସା ସମୟରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ କହିଛି, କାର୍‌ ଚାଳକ କୁନ୍ନମକୁଲମ୍‌ର ଏକ ବାର୍‌ରୁ ଫେରୁଥିଲା।

ଦୁର୍ଘଟଣା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

କାର୍‌ରେ ଥିବା ଅନ୍ୟ ଦୁଇଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଫେରାର ଚାଳକଙ୍କୁ ଧରିବା ପାଇଁ ପୁଲିସ ଅଭିଯାନ ଚଳାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।