Nepal flood: ନେପାଳ ବନ୍ୟା ପରେ ଭାରତ ବିରୋଧୀ ଅନଲାଇନ୍ ଟିପ୍ପଣୀକୁ ସିଙ୍ଗାପୁର ମନ୍ତ୍ରୀଙ୍କ ତୀବ୍ର ନିନ୍ଦା
"ସିଙ୍ଗାପୁର: ଭାରତ ଓ ଭାରତୀୟଙ୍କୁ ଟାର୍ଗେଟ କରି ଜାତିଭେଦ ଓ ବିଦେଶୀ ଲୋକଙ୍କ ବିରୋଧରେ ଅନଲାଇନରେ ଦିଆଯାଇଥିବା ମନ୍ତବ୍ୟକୁ ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ କେ ଶନମୁଗମ "ଲଜ୍ଜାଜନକ, କଦର୍ଯ୍ୟ, ସମ୍ପୂର୍ଣ୍ଣ ଭାବରେ ଅଗ୍ରହଣୀୟ" ବୋଲି କହି ନିନ୍ଦା କରିଛନ୍ତି।
ଚୀନ-ନେପାଳ ବିପର୍ଯ୍ୟୟ ସମ୍ପର୍କରେ ଅନଲାଇନ୍ ପୋଷ୍ଟ ହୋଇଥିବା ମନ୍ତବ୍ୟଗୁଡ଼ିକର ପୁଲିସ ତଦନ୍ତ କରୁଛି ବୋଲି ଶନମୁଗମ ଶନିବାର କହିଛନ୍ତି।Advertisment ଆହୁରି ପଢନ୍ତୁ :Two Minor Sisters Drown ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଶନମୁଗମ କହିଛନ୍ତି, ଗଣମାଧ୍ୟମକୁ ଅନେକ ମନ୍ତବ୍ୟ ହଟାଇବାକୁ ପଡିଲା କାରଣ ସେଗୁଡ଼ିକ ଅତ୍ୟନ୍ତ ଖରାପ ଥିଲା।
ସମସ୍ତ ମନ୍ତବ୍ୟ ସିଙ୍ଗାପୁରବାସୀ ଦେଇଛନ୍ତି କି ନାହିଁ ମୁଁ ଜାଣିନାହିଁ, କିନ୍ତୁ ମୁଁ ଏହା କହିବି - ମନ୍ତବ୍ୟଗୁଡ଼ିକ ଲଜ୍ଜାଜନକ, ଖରାପ, ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ।
ଶନ୍ମୁଗମ ସିଙ୍ଗାପୁରର ଗୃହ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ସମନ୍ୱୟ ମନ୍ତ୍ରୀ ଅଛନ୍ତି।
ପୁଲିସକୁ ଏହି ମନ୍ତବ୍ୟ ଉପରେ ଦୃଷ୍ଟି ଦେବାକୁ ସେ କହିଛନ୍ତି।
ଆହୁରି ପଢନ୍ତୁ :Dead: ନିଖୋଜ ଯୁବକଙ୍କ ମୃତଦେହ କୁ୍ଆଖାଇରୁ ଉଦ୍ଧାର ଶନମୁଗମ କହିଛନ୍ତି ଯେ, ଡିଜିଟାଲ ବିକାଶ ଓ ସୂଚନା ମନ୍ତ୍ରଣାଳୟ ସେମାନଙ୍କର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ମନ୍ତବ୍ୟଗୁଡ଼ିକୁ ହଟାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ମଧ୍ୟ ଯୋଗାଯୋଗ କରିବ।
ନେପାଳରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା ମଧ୍ୟରେ ଏହି ମନ୍ତବ୍ୟଗୁଡ଼ିକ ପ୍ରକାଶ ପାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।