Government order: ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ୭ଦିନ ଭିତରେ ସାରିବାକୁ ନିର୍ଦ୍ଦେଶ

Sep 06, 2026 - 19:17
Government order: ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ୭ଦିନ ଭିତରେ ସାରିବାକୁ ନିର୍ଦ୍ଦେଶ

"ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନନାମର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.

ଅରବିନ୍ଦ କୁମାର ପାଢ଼ୀ, ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ନିଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ନାମଫଳକ ତଥା ସାଇନ୍‌ବୋର୍ଡ୍  ଗୁଡ଼ିକରେ ସଂଶୋଧିତ ବନାନର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିlAdvertisment ପ୍ରକାଶ ଥାଉ କି, ଗତ ୨୨ ଜୁନ୍‌, ୨୦୨୬ରେ ଓଡ଼ିଶା ସରକାରଙ୍କ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ, ସଂଶୋଧିତ ବନାନକୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ସାଇନ୍‌ବୋର୍ଡରେ ଏକ ମାସ ମଧ୍ୟରେ ଲାଗୁ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା।

ସେହିପରି, ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଛଅ ମାସର ସମୟସୀମା ରଖାଯାଇଛି l ସରକାରଙ୍କ ଏହି ନିଷ୍ପତ୍ତି ଅନେକ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି।

ଏହାର ଅଂଶସ୍ୱରୂପ Angulକୁ Anugola, Balasoreକୁ Baleshwar, Kendraparaକୁ Kendrapada ଏବଂ Cuttackକୁ KATAKA ଭାବେ ସଂଶୋଧିତ ଇଂରାଜୀ ବନାନରେ ବ୍ୟବହାର କରାଯାଉଛି।

ତେବେ, କେତେକ ସରକାରୀ କାର୍ଯ୍ୟାଳୟର ସାଇନ୍‌ବୋର୍ଡରେ ଏପର୍ଯ୍ୟନ୍ତ ପୁରୁଣା ଇଂରାଜୀ ବନାନ ବ୍ୟବହୃତ ହେଉଥିବା ରାଜ୍ୟସରକାରଙ୍କ ଦୃଷ୍ଟିଗୋଚର ହୋଇଛି l ଏଥିମଧ୍ୟରେ Jeypore ଏବଂ Soro  ଭଳି ପୁରୁଣା ବନାନ ମଧ୍ୟ ରହିଛି।

ଏଗୁଡ଼ିକର ସ୍ଥାନରେ ସରକାରଙ୍କ ଦ୍ୱାରା ଅନୁମୋଦିତ Jayapur ଏବଂ Sora ବନାନ ବ୍ୟବହାର ସୁନିଶ୍ଚିତ କରିବାକୁ କୁହାଯାଇଛି।

ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ସରକାରୀ ସ୍ଥାନନାମରେ ସଂଗତି ବଜାୟ ରଖିବା ଅତ୍ୟାବଶ୍ୟକ।

ସରକାରୀ ସାଇନ୍‌ବୋର୍ଡରେ ପୁରୁଣା ବନାନର ବ୍ୟବହାର ଜାରି ରହିଲେ ସରକାରୀ ନାମକରଣରେ ଅସଙ୍ଗତି ସୃଷ୍ଟି ହେବା ସହ କ୍ୟାବିନେଟ୍‌ ନିଷ୍ପତ୍ତିର ଉଦ୍ଦେଶ୍ୟ ପ୍ରଭାବିତ ହେବ।

ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ସାଇନ୍‌ବୋର୍ଡର ସମୀକ୍ଷା କରି ସଂଶୋଧିତ ଇଂରାଜୀ ବନାନର ସମାନ ଓ ସମୁଚିତ ବ୍ୟବହାର ସୁନିଶ୍ଚିତ କରିବାକୁ କୁହାଯାଇଛି।

ଏଥିସହ ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକ ଦ୍ଵାରା ମଧ୍ୟ ଏହି ପରିବର୍ତ୍ତନକୁ ସକରାତ୍ମକ ଭାବେ ଗ୍ରହଣ କରି ସଂଶୋଧିତ ବନାନର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ଏ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

No Gift: କୃଷି ବିଭାଗର କୌଣସି ଅଧିକାରୀ ଓ କର୍ମଚାରୀ ଉପହାର ଗ୍ରହଣ କରିବେ ନାହିଁ: ଅରବିନ୍ଦ ପାଢ଼ୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।