Nepal floods: ନେପାଳ ଜଳ ପ୍ରଳୟ: ବନ୍ୟା ବିପଦ ଟଳିନି, ମୃତ୍ୟୁସଂଖ୍ୟା ୬୭୫କୁ ବୃଦ୍ଧି

Aug 30, 2026 - 02:20
Nepal floods: ନେପାଳ ଜଳ ପ୍ରଳୟ: ବନ୍ୟା ବିପଦ ଟଳିନି, ମୃତ୍ୟୁସଂଖ୍ୟା ୬୭୫କୁ ବୃଦ୍ଧି

"କାଠମାଣ୍ଡୁ: ଚୀନ୍ ସୀମା ନିକଟରେ ହିମଶୈଳ ସ୍ଖଳନ ଯୋଗୁଁ ନେପାଳର ରସୁଆ ଏବଂ କେନ୍ଦ୍ରାଞ୍ଚଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୬୭୫ରେ ପହଞ୍ଚିଛି।

ରସୁଆ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ମଧ୍ୟରୁ ୪ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ କାଠମାଣ୍ଡୁ ଅଣାଯାଉଛି।

ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମଗ୍ର ଅଞ୍ଚଳରେ ରାସ୍ତାଘାଟ, ସେତୁ, ଜନବସତି ଏବଂ ଜଳବିଦ୍ୟୁତ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।

ନେପାଳ ପୁଲିସର ସୂଚନା ଅନୁଯାୟୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏବେ ମଧ୍ୟ ୨୪୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

Advertisment Neglect: ନବରଂଗପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କଟିଲେ ସବୁ ଅନ୍ଧାର ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ନେପାଳରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୮୭ ଜଣ ଭାରତୀୟ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି।

ଅନ୍ୟପକ୍ଷରେ ୮୮ ଜଣଙ୍କୁ ଉଦ୍ଧାର କରାଯାଇସାରିଛି।

ଅପରପକ୍ଷେ ଚୀନ୍ ସୀମାରେ ଫସି ରହିଥିବା ପ୍ରାୟ ୪୦୦ ଭାରତୀୟ ନାଗରିକଙ୍କ ସହ ଭାରତ ସରକାର ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛନ୍ତି।

ମାଉଣ୍ଟ କୈଳାସ ଏବଂ ମାନସରୋବର ହ୍ରଦକୁ ଯାଉଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ  ଜିରୋଙ୍ଗ୍ ରୁଟ୍ ସବୁଠାରୁ ବହୁଳ ବ୍ୟବହୃତ ମାର୍ଗ ଥିବା ବେଳେ ଉକ୍ତ ଅଞ୍ଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟିଛି।

ଭୋଟେକୋଶୀ ଏବଂ ତ୍ରିଶୁଳୀ ନଦୀ ଅଞ୍ଚଳରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ହାଇ ଆଲର୍ଟ ଜାରି କରିଛି।

ମୃତ୍ୟୁସଂଖ୍ୟା ୬୭୫କୁ ବୃଦ୍ଧି, ନିଖୋଜଙ୍କ ସଂଖ୍ୟା ଆହୁରି ବଢ଼ିଲା ୨୮୭ ଭାରତୀୟଙ୍କ ପତ୍ତା ମିଳୁନି ୮୮ ଉଦ୍ଧାର ନେପାଳ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ନେପାଳରେ ୧୯୨୪ ଜଣ ଏବଂ ତିବ୍ବତ ଅଞ୍ଚଳରେ ୫୫୪ ଜଣ ନିଖୋଜ ଥିବା ସ୍ପଷ୍ଟ ହୋଇଛି।

ଏହି ନିଖୋଜଙ୍କ ମଧ୍ୟରେ ପର୍ଯ୍ୟଟକ ଓ ବିଦେଶୀ ଶ୍ରମିକଙ୍କୁ ମିଶାଇ ପ୍ରାୟ ୫୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି।

ଚୀନ୍ ପକ୍ଷରୁ ମଧ୍ୟ ସୀମାନ୍ତରେ ୨୬୦ ଜଣ ବିଦେଶୀ ନିଖୋଜ ଥିବା ନେଇ ସୂଚନା ଦିଆଯାଇଛି।

ଅପରପକ୍ଷେ ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୨୧ ଜଣ ପର୍ଯ୍ୟଟକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।

ବନ୍ୟା ଜଳରେ ଚୀନ୍ ସୀମାନ୍ତରେ ଥିବା ଜିରୋଙ୍ଗ ଗେଟ୍ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଶୁକ୍ରବାର ୨୧ ଜଣିଆ ଚୀନ୍ ଉଦ୍ଧାରକାରୀ ଦଳ ପାହାଡ଼ ଏବଂ ଦୁର୍ଗମ ଜଙ୍ଗଲ ଅତିକ୍ରମ କରି ସେଠାରେ ପହଞ୍ଚିଛନ୍ତି।

Neglect: ରେଳ ଲାଇନ୍‌ରେ ଅଟକିଛି ଛଅ ଗାଁର ଜୀବନଯାତ୍ରା!

ସୀମା ଆରପାରିରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଏକ କୃତ୍ରିମ ହ୍ରଦର ଜଳ ତ୍ରିଶୁଳୀ ଏବଂ ଲହେନ୍ଦ ଖୋଲା ନଦୀକୁ ଗତକାଲିଠାରୁ ପ୍ରବାହିତ ହେବା ଆରମ୍ଭ କରିଥିବା ବେଳେ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି।

ଉପରମୁଣ୍ଡରେ ଥିବା ଅନ୍ୟ ୨ଟି କୃତ୍ରିମ ହ୍ରଦ ସମ୍ପୂର୍ଣ୍ଣ ନିଷ୍କାସିତ ନହେବା ପର୍ଯ୍ୟନ୍ତ ଏହି ବନ୍ୟା ବିପଦ ଟଳିବ ନାହିଁ ବୋଲି ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି।

ଚୀନ୍ ଜଳସମ୍ପଦ ମନ୍ତ୍ରଣାଳୟ ଅନୁସାରେ ଏହି ହ୍ରଦରେ ୨୫ ଲକ୍ଷ କ୍ୟୁବିକ୍ ମିଟର ଜଳ ଜମା ହୋଇ ରହିଛି।

ଯଦି ଏହି ପ୍ରାକୃତିକ ବନ୍ଧ ଆଂଶିକ ଭାବେ ଭାଙ୍ଗିଯାଏ, ତେବେ ପ୍ରତି ସେକେଣ୍ଡରେ ପ୍ରାୟ ୫୦୦ କ୍ୟୁବିକ୍ ମିଟର ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।