GDP: ବିବାଦରେ ଜିଡିପି ଅଭିବୃଦ୍ଧି: ଅର୍ଥନୀତି ଯଦି ଦୌଡ଼ୁଛି, ସୁନା କିଣିବାକୁ ବାରଣ କାହିଁକି?
"ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୮ ପ୍ରତିଶତ ହୋଇଥିବା ସରକାର ଘୋଷଣା କରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ସୁନା କିଣା ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଆହ୍ବାନ ଦେବା ପରେ ଅର୍ଥନୀତିର ପ୍ରକୃତ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଯଦି ଅର୍ଥନୀତି ଏତେ ଭଲ ପ୍ରଦର୍ଶନ କରୁଛି ତେବେ ପ୍ରଧାନମନ୍ତ୍ରୀ କାହିଁକି ଏଭଳି ଆହ୍ବାନ ଦେଉଛନ୍ତି ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି।
Advertisment ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍ସମାଲୋଚକଙ୍କୁ ମନ୍ତ୍ରୀଙ୍କ ଦୃଢ଼ ଜବାବଅର୍ଥନୀତିଜ୍ଞ, ବିଶେଷଜ୍ଞ ଭାଗ ଭାଗ ଏହି ପ୍ରସଙ୍ଗରେ ବିରୋଧୀ ଦଳ କଂଗ୍ରେସ ଓ ଏହାର ନେତାମାନେ, ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ, ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ଦେଶର ୭.୮ ପ୍ରତିଶତ ଅଭିବୃଦ୍ଧିକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି।
ରାଜନ କହିଛନ୍ତି ଯେ ଯଦି ଅର୍ଥନୀତି ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ତେବେ ଯୁବପିଢ଼ି ପାଇଁ କାହିଁକି ଯଥେଷ୍ଟ ଚାକିରି ସୃଷ୍ଟି ହୋଇପାରୁନାହିଁ?
ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ କହିଛନ୍ତି, ଯଦି ଦେଶର ଅର୍ଥନୀତି ୭.୮ ପ୍ରତିଶତ ବେଗରେ ଆଗକୁ ବଢ଼ୁଛି, ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ସୁନା କିଣିବା ଓ ବିଦେଶ ଗସ୍ତ ନ କରିବାକୁ ଲୋକମାନଙ୍କୁ କହୁଛନ୍ତି।
ମୋଦୀ ସରକାର ତଥ୍ୟ ହେରଫେର କରୁଥିବା କଂଗ୍ରେସ ଅଭିଯୋଗ କରିଛି।
ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଥିଲେ ଯେ ଅଭିବୃଦ୍ଧିକୁ ବଢ଼ାଇ ଚଢ଼ାଇ ଦର୍ଶାଇବା ଲାଗି ହିସାବରେ ପରିବର୍ତ୍ତନ ଅଣାଯାଇଛି।
ଗର୍ଗଙ୍କ ସେହି ମନ୍ତବ୍ୟ ଆଧାରରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛି ଯେ ବାସ୍ତବ ଅଭିବୃଦ୍ଧି କେବଳ ୨.୬ ପ୍ରତିଶତ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ନେତା ଜୟରାମ ରମେଶ, ଆପ୍ ନେତା ସଞ୍ଚୟ ସିଂହ ଓ ଆର୍ଜେଡି ସାଂସଦ ମନୋଜ ଝା ମଧ୍ୟ ଜିଡିପି ତଥ୍ୟର ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି।
ତେବେ ଏଭଳି ଅଭିଯୋଗ କରିଥିବା କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, କିରେନ ରିଜିଜୁ କଡ଼ା ସମାଲୋଚନା କରିଛନ୍ତି।
ଗୋୟଲ କହିଛନ୍ତି ଯେ ସମାଲୋଚନା କରୁଥିବା ଲୋକମାନଙ୍କ ପାଖରେ କିଛି କାମ ନାହିଁ।
ଏକ ପୁରୁଣା ଡାଟାକୁ ନୂଆ ଡାଟା ସହ ତୁଳନା କରି ସେମାନେ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି।
ସେହିପରି, ରିଜିଜୁ କହିଛନ୍ତି ଯେ ଅତ୍ୟଧିକ ବିୟର ପିଇବା କାରଣରୁ କଂଗ୍ରେସ ପୁରା ନିଶାରେ ଥିବା ଭଳି ଲାଗୁଛି। ଏହି ପ୍ରସଙ୍ଗରେ ନିଜ ମତ ରଖି ଷୋଡ଼ଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଅରବିନ୍ଦ ପାନଗାରିୟା କହିଛନ୍ତି ଯେ ଜିଡିପିର ଭୁଲ ଚିତ୍ର ଉପସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର।
ଏସ୍ବିଆଇ ଇକୋରାପ୍ ପକ୍ଷରୁ କୁହାଯାଇଛି ଯେ ଜିଡିପି ତଥ୍ୟକୁ କିଛି ଲୋକ ହଜମ କରିପାରୁନାହାନ୍ତି।
ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ କହିଛନ୍ତି ଯେ ଅର୍ଥନୀତିକୁ ଗମ୍ଭୀରତାର ସହ ନେଉଥିବା କୌଣସି ଅର୍ଥନୀତିଜ୍ଞ ଜିଡିପି ତଥ୍ୟ ଉପରେ ପ୍ରଶ୍ନ କରିବେ ନାହିଁ।
ପରିସଂଖ୍ୟାନ ମନ୍ତ୍ରଣାଳୟ ମଧ୍ୟ ଜିଡିପି ତଥ୍ୟକୁ ଯଥାର୍ଥ ବୋଲି କହିଛି।
କୃତ୍ରିମ ଉପାୟରେ ଅଭିବୃଦ୍ଧି ବଢ଼ାଇବାକୁ ଉଦ୍ୟମ ହୋଇନଥିବା କହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।