Nepal on Alert Again: ଧ୍ୱଂସାବଶେଷ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ, ପୁଣି ନେପାଳରେ ବନ୍ୟା ଆସିବା ନେଇ ସତର୍କତା ଜାରି
ନେପାଳ ପ୍ରଳୟରେ ବଢି ଚାଲୁଛି ମୃତ୍ୟୁସଂଖ୍ୟା । ଏଯାଏଁ ୩୯୨ ଜଣଙ୍କ ମୃତ୍ୟୁ ହେଲାଣି, ପ୍ରାୟ ୧୫ ଶହ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୯୦ ଭାରତୀୟ ଅଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିକୁ ଗମ୍ଭୀର ବୋଲି ବର୍ଣ୍ଣନା କରିଛନ୍ତି। ଉଦ୍ଧାରରେ ଲାଗିଛନ୍ତି ନେପାଳ ସେନା ସହ ୫ ହଜାର ପୋଲିସ ଫୋର୍ସ। ୧୫ଟି ହେଲିକପ୍ଟର ସାମିଲ୍ ହୋଇଛି।
ନେପାଳରେ ପୁଣି ନୂତନ ବନ୍ୟା ସତର୍କତା ଜାରି କରାଯାଇଛି। ଯେଉଁ ଅଞ୍ଚଳରେ କିଛି ଦିନ ତଳେ ଜୀବନ ସ୍ୱାଭାବିକ ଥିଲା, ଆଜି ସେଠାରେ ଖୋଜା ଚାଲିଛି ଜୀବନର ଚିହ୍ନ। ପାଣି ଓ କାଦୁଅର ପ୍ରଖର ସୁଅରେ ଧୋଇଯାଇଛି ଘର, ରାସ୍ତା ଓ ଯୋଗାଯୋଗର ଏକ ବଡ଼ ଅଂଶ। କେଉଁଠି ଧ୍ୱଂସାବଶେଷ ତଳେ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ, ତ ଆଉ କେଉଁଠି ନିଖୋଜ ଆତ୍ମୀୟଙ୍କୁ ଖୋଜି ଖୋଜି ଲୋକଙ୍କ ଆଖିରୁ ଲୁହ ଶୁଖୁନି।
ଖାଲି ରସୱା ନୁହେଁ, ବନ୍ୟାର ବୀଭିଷିକା ଭୋଟେକୋଶୀରେ ବହିଯାଇ ଶହଶହ କିଲୋମିଟରକୁ କ୍ଷତି ପହଞ୍ଚାଇଯାଇଛି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ନଦୀ କୂଳର ୧୨ରୁ ଅଧିକ ସ୍ଥାନ ବ୍ୟାପକ କ୍ଷତି ହୋଇଛି। କେଇ ଘଣ୍ଟାର ପ୍ରଳୟ ବର୍ଷ ବର୍ଷର ବସତିକୁ ମାଟି ତଳେ ପୋତିଦେଇଛି।...
ନେପାଳ ପ୍ରଳୟରେ ବଢି ଚାଲୁଛି ମୃତ୍ୟୁସଂଖ୍ୟା
ଏଯାଏଁ ୩୯୨ ଜଣଙ୍କ ମୃତ୍ୟୁ, ୧୫ ଶହ ନିଖୋଜ
ନିଖୋଜଙ୍କ ମଧ୍ୟରେ ୨୯୦ ଭାରତୀୟ ଅଛନ୍ତି
ବନ୍ୟା ପରିସ୍ଥିତିକୁ ଗମ୍ଭୀର କହିଲେ ନେପାଳ ପ୍ରଧାନମନ୍ତ୍ରୀ
ଉଦ୍ଧାରରେ ଲାଗିଛନ୍ତି ନେପାଳ ସେନା ସହ ୫ ହଜାର ଫୋର୍ସ
ନେପାଳରେ ପୁଣି ବନ୍ୟା ସତର୍କତା ଜାରି କରାଯାଇଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।