Nepal: ନେପାଳ ବନ୍ୟା: ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ୯୩୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜୋରଦାର

Aug 31, 2026 - 21:02
Nepal: ନେପାଳ ବନ୍ୟା: ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ୯୩୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜୋରଦାର

"କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ ତାରିଖରୁ ଯୋଗାଯୋଗ ବିଚ୍ଛିନ୍ନ ଥିବା ୯୩୩ ଜଣ ଜଳବିଦ୍ୟୁତ୍‌ ପ୍ରକଳ୍ପ କର୍ମଚାରୀ ଓ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜୋରଦାର କରାଯାଇଛି।

ବନ୍ୟାର ଷଷ୍ଠ ଦିନ ସୋମବାର ନେପାଳୀ ଉଦ୍ଧାରକାରୀ ଦଳ ବିଭିନ୍ନ ପ୍ରକଳ୍ପର ସୁଡ଼ଙ୍ଗରେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି।Advertisment ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରାଧିକରଣ (ଏନ୍‌ଡିଆର୍‌ଆର୍‌ଏମ୍‌ଏ) ଅନୁସାରେ, ବନ୍ୟାପ୍ରଭାବିତ ଅଞ୍ଚଳର ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରୁ ୯୩୩ ଜଣ ନିଖୋଜ ଅଛନ୍ତି।

ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପର ସୁଡ଼ଙ୍ଗରୁ ୨୭୯ ଜଣଙ୍କୁ ଉଦ୍ଧାର କରାଯାଇଛି।

ଏଥିରୁ ଅପର ତ୍ରିଶୁଳୀ-୧ ପ୍ରକଳ୍ପରୁ ୨୫୪ ଜଣ ଓ ଲାଙ୍ଗଟାଙ୍ଗ ଖୋଲା ପ୍ରକଳ୍ପରୁ ୧୮ ଜଣ ଉଦ୍ଧାର ହୋଇଛନ୍ତି।

ଅନ୍ୟମାନଙ୍କ ସ୍ଥିତି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଦୁଇଟି ସୁଡ଼ଙ୍ଗରୁ ତିନିଟି ମୃତଦେହ ମଧ୍ୟ ଉଦ୍ଧାର ହୋଇଛି।

୨୧୬ ମେଗାୱାଟ୍‌ କ୍ଷମତାର ନିର୍ମାଣାଧୀନ ଅପର ତ୍ରିଶୁଳୀ-୧ ପ୍ରକଳ୍ପର ୫୦୦ରୁ ଅଧିକ କର୍ମଚାରୀ, ଶ୍ରମିକ ଓ ଇଞ୍ଜିନିୟରଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନାହିଁ।

ସେମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଜଣ ସୁଡ଼ଙ୍ଗ ଭିତରେ ଥିବା ଆଶଙ୍କା କରାଯାଉଛି।

ଅପର ତ୍ରିଶୁଳୀ-୩ବିରେ ୨୧୩, ରସୁୱାଗଢ଼ୀରେ ୯୩, ଅପର ତ୍ରିଶୁଳୀ-୩ଏ ଓ ଲାଙ୍ଗଟାଙ୍ଗ ଖୋଲାରେ ୪୨ ଜଣ ଲେଖାଏଁ ନିଖୋଜ ଅଛନ୍ତି।

ମେଲୁଙ୍ଗ ଖୋଲାରେ ୭, ରସୁୱା-ଭୋଟେକୋଶୀରେ ୪ ଓ ମିଡିଲ୍‌ ତ୍ରିଶୁଳୀରେ ୨ ଜଣ ନିଖୋଜ ଅଛନ୍ତି।

ଆହୁରି ପଢନ୍ତୁ: GDP: ଜିଡିପି ଅଭିବୃଦ୍ଧି ୭.୮%: ଅସାଧାରଣ ସଫଳତା କହିଲେ ମୋଦୀ ବନ୍ୟାରେ ନୁୱାକୋଟ୍‌ ଅଞ୍ଚଳର ଅପର ତ୍ରିଶୁଳୀ-୩ଏ ପ୍ରକଳ୍ପର ସୁଡ଼ଙ୍ଗ ମାଟି ଓ ପଙ୍କରେ ପୋତି ହୋଇଯାଇଛି।

ରବିବାର ନେପାଳୀ ସେନାର ଯନ୍ତ୍ରପାତି ଓ ବିସ୍ଫୋରଣ ମାଧ୍ୟମରେ ସୁଡ଼ଙ୍ଗର ପ୍ରବେଶପଥ ବଡ଼ କରିବା ଉଦ୍ୟମ ଆରମ୍ଭ ହୋଇଥିଲା।

ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ୬୬ ଜଣ ନେପାଳୀ ସେନା କର୍ମଚାରୀ, ୧୮ ଜଣ ସଶସ୍ତ୍ର ପୁଲିସ ଓ ୬ ଜଣ ନେପାଳ ପୁଲିସଙ୍କୁ ନେଇ ୯୦ ଜଣିଆ ଦଳ ଏଠାରେ ନିୟୋଜିତ ଅଛି।

ସୁଡ଼ଙ୍ଗର ମୁଖ୍ୟ ଅଂଶରେ ୬ ବର୍ଗଫୁଟ୍‌ର ଏକ ଖୋଲା ସ୍ଥାନ ସୃଷ୍ଟି କରାଯାଇଥିଲେ ମଧ୍ୟ ଭିତରେ ଥିବା ଲୋକଙ୍କଠାରୁ କୌଣସି ଉତ୍ତର ମିଳିନାହିଁ।

ଆହୁରି ପଢନ୍ତୁ: Mad Dog Menace ପାଗଳ କୁକୁର ଆତଙ୍କରେ ଥରହର ଚନ୍ଦାହାଣ୍ଡି: ୨ ଗୁରୁତର, ୧୦ଜଣ ଆହତ, ଗାଇବଳଦ କ୍ଷତାକ୍ତ ଅନ୍ୟପକ୍ଷରେ, ଭାରତ ଓ ଚୀନ୍‌ର ବିଶେଷଜ୍ଞ ଦଳ ମଧ୍ୟ ଉଦ୍ଧାର ଅଭିଯାନରେ ସହଯୋଗ କରୁଛନ୍ତି।

ଅପର ତ୍ରିଶୁଳୀ-୧ ସୁଡ଼ଙ୍ଗରେ ଚୀନ୍‌ର ଦଳ ପ୍ରାୟ ୩୦୦ ମିଟର ଭିତରକୁ ଯାଇ ଖୋଜାଖୋଜି କରି ଗୋଟିଏ ମୃତଦେହ ଉଦ୍ଧାର କରିଛି।

ଚିଲିମେ ହାଇଡ୍ରୋ ସୁଡ଼ଙ୍ଗରେ ଭାରତୀୟ ଦଳ ପ୍ରାୟ ୧୦୦ ମିଟର ଭିତରକୁ ଯାଇଥିଲେ ମଧ୍ୟ ପଙ୍କ ଓ ମାଟି ଯୋଗୁଁ ଆଗକୁ ବଢ଼ିପାରିନଥିଲେ।

ସେଠାରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି।

ବନ୍ୟା ଯୋଗୁଁ ନେପାଳର ୧୧ଟି ଜଳବିଦ୍ୟୁତ୍‌ କେନ୍ଦ୍ର ଓ ଗୋଟିଏ ସୌର ବିଦ୍ୟୁତ୍‌ କେନ୍ଦ୍ରର କାର୍ଯ୍ୟ ବନ୍ଦ ହୋଇଛି।

ଏହାର ମୋଟ କ୍ଷମତା ୪୩୧.୧ ମେଗାୱାଟ୍‌, ଯାହା ଦେଶର ସ୍ଥାପିତ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତାର ପ୍ରାୟ ୧୦ ପ୍ରତିଶତ।

ଏହାଛଡ଼ା ନିର୍ମାଣାଧୀନ ଆଉ ୧୫ଟି ବିଦ୍ୟୁତ୍‌ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।