Zomato: ଜୋମାଟୋରେ କୃତ୍ରିମ, ନକଲି ଦୁଗ୍ଧଜାତ ଖାଦ୍ୟ ନିଷିଦ୍ଧ

Aug 31, 2026 - 21:02
Zomato: ଜୋମାଟୋରେ କୃତ୍ରିମ, ନକଲି ଦୁଗ୍ଧଜାତ ଖାଦ୍ୟ ନିଷିଦ୍ଧ

"ନୂଆଦିଲ୍ଲୀ: ଲୋକଙ୍କ ଘରେ ଭୋଜନ ପହଞ୍ଚାଉଥିବା ସଂସ୍ଥା ଜୋମାଟୋ ପକ୍ଷରୁ କୃତ୍ରିମ ଓ ନକଲି ଉପାଦାନରେ ପ୍ରସ୍ତୁତ ଭୋଜନକୁ ନିଷିଦ୍ଧକରାଯାଇଛି।

ସେଭଳି ଉପାଦାନ ବ୍ୟବହାର କରୁଥିବା ରେସ୍ତୋରାଁଗୁଡ଼ିକୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

କମ୍ପାନି ଏହାର ଗ୍ରାହକ-ପ୍ରଥମ ନୀତି ଅନୁସାରେ ସ୍ବଚ୍ଛତା ଓ ଖାଦ୍ୟର ଗୁଣାତ୍ମକ ମାନ ପ୍ରତି ପ୍ରତିବଦ୍ଧ ଥିବା କହିଛି। ‌Advertisment ଆହୁରି ପଢନ୍ତୁ :POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନା କୌଣସି ରେସ୍ତୋରାଁ କୃତ୍ରିମ ଉପାଦାନ ବ୍ୟବହାର କରୁଥିବା ଜଣାପଡ଼ିଲେ ତାଙ୍କୁ ପ୍ଲାଟଫର୍ମରୁ ହଟାଇ ଦିଆଯିବ ବୋଲି କମ୍ପାନି ଚେତାବନୀ ଦେଇଛି।

କମ୍ପାନିର ସିଇଓ ଆଦିତ୍ୟ ମଙ୍ଗଳା କହିଛନ୍ତି ଯେ ଜୋମାଟୋରେ ଆମର ମୂଳ ଲକ୍ଷ୍ୟ ହେଉଛି ଅଧିକ ଲୋକଙ୍କ ପାଖରେ ଉତ୍ତମ ଖାଦ୍ୟ ପହଞ୍ଚାଇବା।

ତାହାର ଅର୍ଥ ହେଉଛି ଗ୍ରାହକଙ୍କ ସ୍ବାସ୍ଥ୍ୟର ସୁରକ୍ଷା କରିବା।

ନିଜ ମେନୁରୁ କୃତ୍ରିମ ଓ ନକଲି ଦୁଗ୍ଧଜାତ ସାମଗ୍ରୀ ଓ ଉପାଦାନକୁ ହଟାଇ ଅସଲି ଓ ପ୍ରାକୃତିକ ଉପାଦାନ ବ୍ୟବହାର କରିବାକୁ କମ୍ପାନି ଏହାର ରେସ୍ତୋରାଁ ସହଯୋଗୀମାନଙ୍କୁ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।