Nepal’s Biggest Support India: ବିପର୍ଯ୍ୟୟରେ ନେପାଳର ସବୁଠୁ ବଡ଼ ସହଯୋଗୀ ଭାରତ

Sep 04, 2026 - 21:22
Nepal’s Biggest Support India: ବିପର୍ଯ୍ୟୟରେ ନେପାଳର ସବୁଠୁ ବଡ଼ ସହଯୋଗୀ ଭାରତ

"କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ରାସ୍ତା, ପୋଲ, ବଜାର ଓ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହି ବିପର୍ଯ୍ୟୟ ସମୟରେ ଭାରତ ନେପାଳକୁ ବ୍ୟାପକ ମାନବୀୟ ଓ ପ୍ରଯୌକ୍ତିକ ସହାୟତା ଯୋଗାଇଛି।Advertisment ବନ୍ୟା ଆସିବାର କିଛି ଘଣ୍ଟା ମଧ୍ୟରେ ଭାରତ ରିଲିଫ୍‌ ପଠାଇବା ଆରମ୍ଭ କରିଥିଲା।

ସେପ୍ଟେମ୍ବର ୩ ସୁଦ୍ଧା ୬ଟି ପର୍ଯ୍ୟାୟରେ ଭାରତ ନେପାଳକୁ ୭୪ ଟନ୍‌ରୁ ଅଧିକ ରିଲିଫ୍‌ ସାମଗ୍ରୀ ପଠାଇଛି।

ଏଥିରେ ଔଷଧ, ଖାଦ୍ୟ, କମ୍ବଳ, ଶୋଇବା ବ୍ୟାଗ୍‌, ତାରପୋଲିନ୍‌, ପ୍ଲାଷ୍ଟିକ୍‌ ସିଟ୍‌, ସ୍ବଚ୍ଛତା ସାମଗ୍ରୀ, ଜଳ ବିଶୋଧନ ଟାବଲେଟ୍‌ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ରହିଛି।

ଭାରତ ଡାକ୍ତର, ପାରାମେଡିକ୍ସ, ସୁଡ଼ଙ୍ଗ ଉଦ୍ଧାର ବିଶେଷଜ୍ଞ ଓ ଫରେନ୍ସିକ୍‌ ବିଶେଷଜ୍ଞଙ୍କୁ ମଧ୍ୟ ପଠାଇଛି।

ଫରେନ୍ସିକ୍‌ ଦଳ ଡିଏନ୍‌ଏ ବିଶ୍ଳେଷଣ ମାଧ୍ୟମରେ ମୃତଦେହ ଚିହ୍ନଟରେ ସହାୟତା କରୁଛି।ସୁଡ଼ଙ୍ଗରେ ଫସିଥିବା ଜଳବିଦ୍ୟୁତ୍ ପ୍ରକଳ୍ପର କର୍ମଚାରୀଙ୍କ ଉଦ୍ଧାର ପାଇଁ ଭାରତ ୧୧ ଜଣିଆ ବିଶେଷଜ୍ଞ ଦଳ ପଠାଇଛି।

ଏଥିରେ ଡାକ୍ତର, ପାରାମେଡିକ୍ସ ଓ ସୁଡ଼ଙ୍ଗ ଇଞ୍ଜିନିୟର ରହିଛନ୍ତି।

ଅଗଷ୍ଟ ୨୯ରେ ଦଳ ନୁୱାକୋଟର ତ୍ରିଶୂଳୀ ଅଞ୍ଚଳରେ ପହଞ୍ଚି ସୁଡ଼ଙ୍ଗଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲା।

ପ୍ରାୟ ୯୦୦ ଜଣ ଜଳବିଦ୍ୟୁତ୍ କର୍ମଚାରୀ ନିଖୋଜ ଥିବାବେଳେ ପ୍ରାୟ ୫୦୦ ଜଣ ସୁଡ଼ଙ୍ଗ ଭିତରେ ଫସିଥିବା ଆଶଙ୍କା କରାଯାଉଥିଲା।

ଯୋଗାଯୋଗ ବ୍ୟବସ୍ଥା ସ୍ବାଭାବିକ କରିବାକୁ ଭାରତ ୨୩୦ ଫୁଟ୍‌ ଲମ୍ବର ଏକ ସିଙ୍ଗଲ୍‌-ଲେନ୍‌ ମଡ୍ୟୁଲାର ଷ୍ଟିଲ୍‌ ବ୍ରିଜ୍‌ ପାଇଁ ଉପକରଣ ପଠାଇଛି।

୧୬ଟି ଟ୍ରକ୍‌ରେ ଏହି ଉପକରଣ ନେପାଳରେ ପହଞ୍ଚିଥିବାବେଳେ ଆଉ ୭ଟି ବେଲି ବ୍ରିଜ୍‌ ପାଇଁ ଉପକରଣ ପଠାଯିବାର ବ୍ୟବସ୍ଥା ହୋଇଛି।

ନୁୱାକୋଟର ବିଦୁରସ୍ଥିତ ତ୍ରିଭୁବନ ତ୍ରିଶୂଳୀ ମାଧ୍ୟମିକ ବିଦ୍ୟାଳୟ ବନ୍ୟାରେ ଧ୍ବଂସ ହୋଇଯାଇଛି।

ବନ୍ୟା ପୂର୍ବରୁ ପ୍ରଧାନଶିକ୍ଷକ ରାଜେନ୍ଦ୍ର ଦବାଡି ୧,୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ।

ବିଦ୍ୟାଳୟଟି ୧୯୫୦ ଦଶକରେ ଭାରତୀୟ ସହାୟତାରେ ସ୍ଥାପିତ ହୋଇଥିଲା ଏବଂ ଏହାର ନୂଆ କୋଠା ୨୦୨୨ରେ ଭାରତର ଅନୁଦାନରେ ନିର୍ମିତ ହୋଇଥିଲା।

ଏବେ ଏହାର ସମ୍ପୂର୍ଣ୍ଣ ପୁନଃନିର୍ମାଣରେ ଭାରତ ସହାୟତା କରିବ ବୋଲି ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଘୋଷଣା କରିଛନ୍ତି। "ହରେକୃଷ୍ଣ ମହାମନ୍ତ୍ର ମତେ ବଞ୍ଚିବା ପାଇଁ ଶକ୍ତି ଦେଇଥିଲା": ନେପାଳ ପୀଡ଼ିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।