06 OCTOBER 2026

Welcome!

Unlock your personalized experience.
Sign Up

Neredi: ନେରେଡ଼ିରେ ଆନ୍ଧ୍ର ଅଧିକାରୀଙ୍କୁ ପୂରାଇ ଦେଲେନି: ୭ରୁ ୯ ଯାଏଁ ଯୁଗ୍ମ ଅନୁଧ୍ୟାନ

Oct 06, 2026 - 09:25
Neredi: ନେରେଡ଼ିରେ ଆନ୍ଧ୍ର ଅଧିକାରୀଙ୍କୁ ପୂରାଇ ଦେଲେନି: ୭ରୁ ୯ ଯାଏଁ ଯୁଗ୍ମ ଅନୁଧ୍ୟାନ

ପାରଳାଖେମୁଣ୍ଡି: ଗଜପତିଜିଲ୍ଲା କାଶୀନଗର ନିକଟ ନେରେଡ଼ିରେ ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ବ୍ୟାରେଜକୁ ନେଇ ଅସନ୍ତୋଷ ଏବେ ରାସ୍ତାକୁ ଆସିଛି। ପ୍ରକଳ୍ପସ୍ଥଳ ଅନୁଧ୍ୟାନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କୁ ୪ ତାରିଖରେ ସ୍ଥାନୀୟ ଲୋକେ ପ୍ରବେଶ କରାଇ ଦେଇନଥିଲେ। ଶହ ଶହ ଲୋକଙ୍କ ପ୍ରତିବାଦ ଓ ରାସ୍ତା ଅବରୋଧ ଯୋଗୁଁ ଅଧିକାରୀମାନେ ଫେରିଯାଇଥିଲେ। ଏବେ ୭ରୁ ୯ ତାରିଖ ଯାଏଁ ଯୁଗ୍ମ ଅନୁଧ୍ୟାନ ଏବଂ ୮ ତାରିଖରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ସୁପରଭାଇଜରି କମିଟିର ଗସ୍ତ ରହିଥିବାରୁ ଘଟଣା ନୂଆ ମୋଡ଼ ନେଇଛି। ଅଧିକୃତ ଟୁର୍‌ ପ୍ରୋଗ୍ରାମ୍‌ ଅନୁଯାୟୀ, ୮ ତାରିଖରେ ସୁପରଭାଇଜରି କମିଟି କାଣ୍ଟରାଗଡ଼ ସାଇଡ୍‌ ୱିଅର୍‌, ଫ୍ଲଡ୍‌ ଫ୍ଲୋ କେନାଲ ଓ ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ ସ୍ଥଳ ପରିଦର୍ଶନ କରିବ। ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ବୈଷୟିକ ଆଲୋଚନା ସହ କମିଟିର ବୈଠକ ମଧ୍ୟ ହେବ। କମିଟିର ଅଧ୍ୟକ୍ଷ ଜି. ନାଗାମୋହନ ଓ ସଦସ୍ୟ-ସଚିବ ଆଦିତ୍ୟ ଏସ୍‌.ଏସ୍‌. ମୂଲାଙ୍କ ସମେତ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀମାନେ ଏଥିରେ ରହିବେ। 

Editorial: ଶକ୍ତି ପଞ୍ଚକ

୭ରୁ ୯ ଯାଏଁ ଯୁଗ୍ମ ଅନୁଧ୍ୟାନ
୮ରେ ଟ୍ରିବ୍ୟୁନାଲ୍‌ ସୁପରଭାଇଜରି କମିଟିର ଗସ୍ତ

ତେବେ ପ୍ରଶ୍ନ ଉଠୁଛି ଯେଉଁ ଅଞ୍ଚଳର ଲୋକେ ନିଜ ଜମି, ଜୀବନ ଓ ଜୀବିକା ନେଇ ଆଶଙ୍କା ପ୍ରକାଶ କରୁଛନ୍ତି, ସେମାନଙ୍କ ସହ ପର୍ଯ୍ୟାପ୍ତ ଆଲୋଚନା ନକରି ଅନୁଧ୍ୟାନ ଓ ଜମି ହସ୍ତାନ୍ତର ପ୍ରକ୍ରିୟା କେତେଦୂର ଯୁକ୍ତିସଙ୍ଗତ? ୧୦୬ ଏକର ଜମି କେଉଁଠି, କେଉଁ ମାନଚିତ୍ର ଓ କେଉଁ ବୈଷୟିକ ଆଧାରରେ ଚିହ୍ନଟ ହୋଇଛି? ଏହି ଜମି ହସ୍ତାନ୍ତର ପରେ ବ୍ୟାରେଜର ଜଳସ୍ତର, ବ୍ୟାକ୍‌ୱାଟର୍‌ ଓ ଓଡ଼ିଶା ପଟର ଜନବସତି ଓ ଚାଷଜମି ଉପରେ କଣ ପ୍ରଭାବ ପଡ଼ିବ ଏସବୁର ସ୍ପଷ୍ଟ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରି ଆସୁଛନ୍ତି। ବଂଶଧାରା ସୁରକ୍ଷା ମଞ୍ଚ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ନେଇ ସେମାନଙ୍କୁ ଆବଶ୍ୟକ ସୂଚନା ଦିଆଯାଉନାହିଁ। ଗ୍ରାମସଭା ଓ ପଲ୍ଲୀସଭାର ମତାମତକୁ ଗୁରୁତ୍ୱ ଦେବା ସହ ପ୍ରଭାବିତ ଲୋକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରାଯାଉ ବୋଲି ସେମାନେ ଦାବି କରିଆସୁଛନ୍ତି। ଦାବି ଅଣଦେଖା କରାଗଲେ ପ୍ରକଳ୍ପକୁ ବିରୋଧ ଆହୁରି ତୀବ୍ର ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।   

Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା

 ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବ୍ୟାରେଜରେ ପାଣି ଧାରଣ ହେଲେ ନିମ୍ନ ଅଞ୍ଚଳର ଗ୍ରାମ ଓ ଚାଷଜମି ପ୍ରଭାବିତ ହୋଇପାରେ। ପାଣିର ପ୍ରକୃତ ଉଚ୍ଚତା, ବ୍ୟାକ୍‌ୱାଟର୍‌ର ପରିସର ଓ ସମ୍ଭାବ୍ୟ ଜଳମଗ୍ନତା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ବୈଷୟିକ ତଥ୍ୟ ସାମନାକୁ ଆସିବା ଦରକାର। ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ମଧ୍ୟ ପ୍ରଭାବିତ ଲୋକଙ୍କ ସମସ୍ୟା ଓ ଦାବିକୁ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।