New Arrivals at Nandankanan: ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ୧୪ ପ୍ରଜାତିର ୫୮ ପ୍ରାଣୀ

Sep 12, 2026 - 13:30
New Arrivals at Nandankanan: ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ୧୪ ପ୍ରଜାତିର ୫୮ ପ୍ରାଣୀ

ନନ୍ଦନକାନନ ଆସିଲେ ନୂଆ ଅତିଥି। ୧୪ ପ୍ରଜାତିର ୫୮ ବିଦେଶୀ ପ୍ରାଣୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି। ଗୁଜୁରାଟ 'ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ' ପକ୍ଷରୁ ଦାନ କରାଯାଇଛି।  ୪ଟି ଜେବ୍ରା, ୪ଟି କଙ୍ଗାରୁ, ୪ଟି ସ୍କାର୍ଲେଟ୍ ମାକାଓ, ୪ଟି ବ୍ଲୁ ୱାଇଲ୍ଡ-ବିଷ୍ଟ ସମେତ ୫୮ ଜୀବ ଆଜି ନନ୍ଦନକାନନକୁ ଅଣାଯାଇଛି। ଏବେ ନନ୍ଦନକାନନରେ ମୋଟ୍ ୧୮୮ ପ୍ରଜାତିର ପ୍ରାଣୀ ରହିଛନ୍ତି।

ଏହି ନୂତନ ପ୍ରାଣୀମାନଙ୍କର ଆଗମନ ନନ୍ଦନକାନନର ପ୍ରଜାତି ବିବିଧତାକୁ ଆହୁରି ସମୃଦ୍ଧ କରିବା ସହିତ ସଂରକ୍ଷଣ ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଏହା ସହିତ ଭୌଗୋଳିକ କ୍ଷେତ୍ରରେ ବନ୍ୟପ୍ରାଣୀ, ସେମାନଙ୍କର ପରିବେଶଗତ ଅନୁକୂଳନ ଏବଂ ଜୈବ ବିବିଧତା ସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ଦର୍ଶକମାନେ ଜାଣିବାର ସୁଯୋଗ ପାଇବେ। ପ୍ରାଣୀମାନଙ୍କୁ ନନ୍ଦନକାନନରେ ପ୍ରଚଳିତ ପ୍ରାଣୀ ଯତ୍ନ, ପଶୁଚିକିତ୍ସା ଏବଂ ବୈଜ୍ଞାନିକ ପାଳନ-ପୋଷଣ ବ୍ୟବସ୍ଥା ଅଧୀନରେ ରଖାଯିବ। ସମସ୍ତ ପ୍ରାଣୀ ଏବେ  କ୍ୱାରେଣ୍ଟାଇନ୍ ରେ ରହିଛନ୍ତି।

ନନ୍ଦନକାନନକୁ ଆସିଲେ ନୂଆ ଅତିଥି
୧୪ ପ୍ରଜାତିର ୫୮ ପ୍ରାଣୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ
ଗୁଜୁରାଟ 'ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ' ପକ୍ଷରୁ ଦାନରେ ପ୍ରଦାନ
୧୪ଟି ପ୍ରଜାତିର ମୋଟ୍  ୫୮ଟି ବିଦେଶୀ ପ୍ରାଣୀ ନନ୍ଦନକାନନ ଆସିଲେ
୪ଟି ଜେବ୍ରା ଓ ୪ଟି କଙ୍ଗାରୁ ସମେତ ୫୮ ଜୀବ ଆସି ପହଞ୍ଚିଲେ
ଏବେ ନନ୍ଦନକାନନରେ ରହିଛନ୍ତି ୧୮୮ ପ୍ରଜାତିର ପ୍ରାଣୀ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।