New Born Baby: ରାସ୍ତାକଡ଼ରୁ ନବଜାତ ଶିଶୁ ଉଦ୍ଧାର: ଗୁରୁତର ଅବସ୍ଥାରେ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର
"ମଇଦଳପୁର: ଦୁନିଆରେ ମାନବିକତା ହଜି ଗଲାଣି।ଜନ୍ମ ଦେଇଥିବା ନିଜ ଶିଶୁପୁତ୍ର ତ୍ୟାଗ କରି ରାସ୍ତାକଡ଼ରେ ଛାଡି ଚାଲିଯାଇଛି ମା.
ଲୋକଲଜ୍ଜା ନା ସମାଜକୁ ଭୟ କରି ଏଭଳି ନିଷ୍ପତ୍ତି ନେଇଛି ନିଷ୍ଠୁର ମା।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପୀଗୁଡାରେ।
ଏଠାରୁ ରାସ୍ତାକଡ଼ରେ ନବଜାତ ଉଦ୍ଧାର କରିଛି ମଇଦଳପୁର ପୁଲିସ।Advertisment ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ଶିଶୁକୁ ପୁଲିସ ଉଦ୍ଧାର କରିଥିଲା ସୂଚନା ଅନୁଯାୟୀ, ମଇଦଳପୁର ପୁଲିସ ପାଟ୍ରୋଲିଙ୍ଗ କରିବା ସମୟରେ ଗୋପିଗୁଡା ରାସ୍ତାକଡ଼ରୁ ଏକ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ଶିଶୁକୁ ପୁଲିସ ଉଦ୍ଧାର କରିଥିଲା।
ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ପୁଲିସ ମଇଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭର୍ତ୍ତି କରିଥିଲା।
ପ୍ରାଥମିକ ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଶିଶୁକୁ ଉଦ୍ଧାର ସମୟରେ ପିମ୍ପୁଡି କାମୁଡ଼ି ରକ୍ତାକ୍ତ କରିଦେଇଛି।
ଶିଶୁ ଜନ୍ମ ହେବାର ପରେ ମଧ୍ୟ ମେଡିକାଲ ନିଆଯାଇନାହିଁ.
ଯାହାଦ୍ୱାରା ଶିଶୁ ଗୁରୁତର ହୋଇପଡିଛ।
Beggar Experiment: କାଉଡ଼ିଆ ମେଳାରେ ଭିକାରୀ ସାଜିଲେ ୟୁଟ୍ୟୁବର୍: ୮ ଘଣ୍ଟାରେ ୪ ହଜାର ରୋଜଗାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।