New budget smartphone: ନୂଆ ବଜେଟ୍ ସ୍ମାର୍ଟଫୋନ୍
"ଭାରତୀୟ ବଜାରକୁ ଆସିଛି ନୂଆ ବଜେଟ୍ ସ୍ମାର୍ଟଫୋନ୍ ୱାନ୍ପ୍ଲସ୍ ଏନ୍୬ ଲାଇଟ୍।
ଏହି ଫୋନ୍ର ବିଶେଷତ୍ବ ହେଉଛି ଏହାର ୭୦୦୦ଏମ୍ଏଏଚ୍ ବ୍ୟାଟେରି।
ସେହିପରି ଏଥିରେ ଲାଗିଥିବା ୬.୭୫ ଇଞ୍ଚର ଏଚ୍ଡି+ ଏଲ୍ସିଡି ଡିସ୍ପ୍ଲେରେ ୧୨୦ ହର୍ଜ ରିଫ୍ରେସ୍ ରେଟ୍ ଓ ୯୦୦ ନିଟ୍ସ ପିକ୍ ବ୍ରାଇଟ୍ନେସ୍ ପରି ବୈଶିଷ୍ଟ୍ୟ ରହିଛି।
ଏଥିରେ ଆକ୍ବା ଟଚ୍ ଟେକ୍ନୋଲୋଜି ମଧ୍ୟ ରହିଛି, ଯାହା ଫଳରେ ହାତ ଓଦା ଥିଲେ ବି ଟଚ୍ସ୍କ୍ରିନ୍ କାମ କରିବ।Advertisment ଏହି ଫୋନ୍ରେ ୟୁନିସକ୍ ଟି୭୨୫୦ ଚିପସେଟ୍ ଖଞ୍ଜାଯାଇଛି।
ଏହା ସହ ୪ଜିବି ରାମ୍ ଓ ୬୪ଜିବି ଷ୍ଟୋରେଜ୍ ମିଳୁଛି।
ପଛପଟେ ୧୩ ମେଗାପିକ୍ସେଲ୍ ମେନ୍ କ୍ୟାମେରା ଏବଂ ସାମ୍ନାରେ ୫ ମେଗାପିକ୍ସେଲ୍ ସେଲ୍ଫି କ୍ୟାମେରା ରହିଛି।
ମେନ୍ କ୍ୟାମେରାରେ ୩୦ ଏଫ୍ପିଏସ୍ରେ ୧୦୮୦ପି ଭିଡିଓ ରେକର୍ଡ କରିହେବ।
ଏହାର ୭୦୦୦ ଏମ୍ଏଏଚ୍ ବ୍ୟାଟେରିକୁ ଚାର୍ଜ କରିବାକୁ ୧୫ ୱାଟ୍ର ଚାର୍ଜର୍ ଦିଆଯାଇଛି।
ଫୋନ୍ରେ ୱାଇ-ଫାଇ ୬, ବ୍ଲୁଟୁଥ୍ ୫.୨, ଜିପିଏସ୍, ୟୁଏସ୍ବି ଟାଇପ୍-ସି ଓ ୩.୫ଏମ୍ଏମ୍ ହେଡ୍ଫୋନ୍ ଜ୍ୟାକ୍ ଭଳି ବୈଶିଷ୍ଟ୍ୟ ରହିଛି।
ସୁରକ୍ଷା ପାଇଁ ଫିଙ୍ଗର୍ପ୍ରିଣ୍ଟ ସ୍କାନର୍ ମିଳୁଛି।
ଧୂଳି ଓ ପାଣିରୁ ସୁରକ୍ଷା ପାଇଁ ଏହାକୁ ଆଇପି୬୪ ରେଟିଂ ଦିଆଯାଇଛି।
ଏହି ଫୋନ୍ ମିଡ୍ପାଇଟ୍ ହାଇପ୍ ଓ ନିଓ ଗ୍ରିନ୍ ପରି ଦୁଇଟି ରଙ୍ଗରେ ଉପଲବ୍ଧ।
୨୨ ସେପ୍ଟେମ୍ବରରୁ ଅନ୍ଲାଇନ୍ ଷ୍ଟୋର୍ରେ ଏହା ୧୬,୯୯୯ ଟଙ୍କାରେ ବିକ୍ରି ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।