New Elephant Calf: ବେତନଟୀରେ ୫୧ ହାତୀଙ୍କ ମେଳରେ ନୂଆ ଅତିଥି, ନବଜାତ ଶାବକକୁ ଜଗିଛନ୍ତି ୩ ଦନ୍ତା
"ବୈଶିଙ୍ଗା(ଦୀପକ କୁମାର ସିଂହ): ବେତନଟୀ ରେଞ୍ଜରେ ହାତୀ ଆତଙ୍କ ମଧ୍ୟରେ ଖୁସିର ଖବର!
୫୧ଟିକିଆ ବିଶାଳ ହାତୀପଲରେ ଯୋଡ଼ି ହୋଇଛି ଜଣେ ନୂଆ ସଦସ୍ୟ।
କୁରାଢ଼ିକ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଧାନକ୍ଷେତରେ ଶୁକ୍ରବାର ରାତିରେ ଏକ ମାଈ ହାତୀ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି।
ତେବେ ନବଜାତ ଶାବକର ସୁରକ୍ଷା ପାଇଁ ହାତୀପଲର ତିନିଟି ଦନ୍ତା ଜଗି ରହିଥିବାରୁ ପୂରା ଅଞ୍ଚଳରେ ଭୟର ବାତାବରଣ।
ଶାବକ ପାଖକୁ କେହି ଆସିଲେ ଆକ୍ରମଣାତ୍ମକ ହୋଇପାରନ୍ତି ହାତୀପଲ।Advertisment ସୁରକ୍ଷା ପାଇଁ ହାତୀପଲର କଡ଼ା ପ୍ରହରା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ପଟୁ ଓଡ଼ିଶାରେ ପ୍ରବେଶ କରିଥିବା ୪୨ଟିକିଆ ହାତୀପଲ ରାସଗୋବିନ୍ଦପୁର ରେଞ୍ଜ ଦେଇ ବେତନଟୀ ରେଞ୍ଜକୁ ଆସିଥିଲେ।
ପରେ ସ୍ଥାନୀୟ ଅଞ୍ଚଳରେ ରହିଥିବା ଅନ୍ୟ ହାତୀଙ୍କ ସହ ମିଶି ଏହି ପଲର ସଂଖ୍ୟା ୫୧ରେ ପହଞ୍ଚିଥିଲା।
ହାତୀପଲ ହାତୀଝୁରି ନିକଟରେ ୧୮ ନମ୍ବର ଜାତୀୟ ରାଜପଥ ପାର ହୋଇ ନୀଳଗିରି ମୁହାଁ ହୋଇଥିଲେ ମଧ୍ୟ ପରେ ପୁଣି ଫେରି ମେର୍ଦା ଅଞ୍ଚଳରେ ବିଚରଣ କରିଥିଲେ।ଗତ ରାତିରେ ହାତୀପଲ ବଡ଼ାମପୁର ସେକ୍ସନ ଅଧୀନ କୁରାଢ଼ିକ ଜଙ୍ଗଲକୁ ଚାଲି ଆସିଥିଲେ।
ଏହି ସମୟରେ ଏକ ମାଈ ହାତୀ ଶାବକ ଜନ୍ମ ଦେଇଥିବା ଖବର ମିଳିଛି।
ନବଜାତ ଶାବକକୁ ଘେରି ରହି ତିନିଟି ଦନ୍ତା ସୁରକ୍ଷା ଦେଉଥିବାରୁ ହାତୀପଲ ଅଧିକ ଉଗ୍ର ହୋଇପାରନ୍ତି।
ଶାବକଟି ଠିକ୍ ଭାବେ ଚାଲିବା ଏବଂ ହାତୀପଲ ଆଗକୁ ବଢ଼ିବା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ରହିବାର ଆଶଙ୍କା ରହିଛି।
ହାତୀପଲଠାରୁ ଦୂରେଇ ରୁହନ୍ତୁ ହାତୀପଲରେ ନବଜାତ ଶାବକ ଥିବାରୁ ସ୍ଥାନୀୟ ଲୋକଙ୍କୁ ବିଶେଷ ସତର୍କ ରହିବାକୁ ଗଜସାଥୀ ପରାମର୍ଶ ଦେଉଛନ୍ତି।
ହାତୀଙ୍କୁ ଦେଖିବା, ଫଟୋ କିମ୍ବା ଭିଡିଓ କରିବା ପାଇଁ ଜଙ୍ଗଲ କିମ୍ବା ଧାନକ୍ଷେତ ନିକଟକୁ ଯିବା ଆଦୌ ନିରାପଦ ନୁହେଁ।
ହାତୀପଲର ଗତିପଥରେ ଭିଡ଼ ନକରିବା ସହ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି।
ପହଞ୍ଚି ନାହାନ୍ତି ବନ କର୍ମଚାରୀ ଅନ୍ୟପକ୍ଷରେ, ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଖବର ମିଳିବା ସମୟ ପର୍ଯ୍ୟନ୍ତ କୌଣସି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।
ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ବନ ବିଭାଗର ତ୍ୱରିତ ପଦକ୍ଷେପ ଓ ନିୟମିତ ନଜରଦାରି ଜରୁରୀ ହୋଇପଡ଼ିଛି।ଗୋଟିଏ ପଟେ ଜଙ୍ଗଲରେ ନୂଆ ଜୀବନର ଆଗମନ, ଅନ୍ୟପଟେ ମଣିଷ ଓ ହାତୀଙ୍କ ସୁରକ୍ଷାକୁ ନେଇ ବଢ଼ୁଛି ଚିନ୍ତା।
ତେଣୁ କୁରାଢ଼ିକ ଅଞ୍ଚଳବାସୀଙ୍କ ପାଇଁ ସତର୍କତା ହିଁ ଏବେ ସବୁଠୁ ବଡ଼ ସୁରକ୍ଷା।
Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।