New Toll Pass Rules Begin November 1: ନଭେମ୍ବର ୧ରୁ ନୂଆ ନିୟମ, ଜାଣନ୍ତୁ କେଉଁ ଗାଡ଼ି ମାଲିକଙ୍କୁ ମିଳିବ ରିହାତି ?

Oct 27, 2026 - 18:03
New Toll Pass Rules Begin November 1: ନଭେମ୍ବର ୧ରୁ ନୂଆ ନିୟମ, ଜାଣନ୍ତୁ କେଉଁ ଗାଡ଼ି ମାଲିକଙ୍କୁ ମିଳିବ ରିହାତି ?

ଟୋଲ୍ ଟିକସ୍ ଦେଉଥିବା ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର।

ଟୋଲ୍ ପ୍ଲାଜା ପାଖରେ ରହୁଥିଲେ ଏଣିକି ମିଳିପାରିବ ରିହାତିରେ ବାର୍ଷିକ ଟୋଲ୍ ପାସ୍।

ବର୍ଷକୁ ମାତ୍ର ୧୫୦୦ ଟଙ୍କା କିମ୍ବା ୩୦୦୦ ଟଙ୍କା ଦେଇ ଏହି ସୁବିଧା ପାଇପାରିବେ ଯୋଗ୍ୟ ଗାଡ଼ି ମାଲିକ।

ନଭେମ୍ବର ୧, ୨୦୨୬ରୁ ଲାଗୁ ହେବ ଏହି ନୂଆ ନିୟମ।

ତେବେ କିଏ ପାଇବେ ଏହି ପାସ୍, କେଉଁଠି ମିଳିବ ରିହାତି ଏବଂ କାହାକୁ ମିଳିବନି ଏହି ସୁବିଧା?

Advertisment କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅକ୍ଟୋବର ୨୬ରେ ଏନେଇ ନୂଆ ବିଜ୍ଞପ୍ତି ଜାରି କରିଛି।

ଜାତୀୟ ରାଜପଥ ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ଯୋଗ୍ୟ ଘରୋଇ ଗାଡ଼ି ମାଲିକଙ୍କ ପାଇଁ ଏହି ରିହାତି ବ୍ୟବସ୍ଥା କରାଯାଇଛି।

ତେବେ ଟୋଲ୍ ପ୍ଲାଜା ଅନୁସାରେ ପାସ୍‌ର ଦର ଭିନ୍ନ ରହିବ।

ପୌରପାଳିକା କିମ୍ବା ସହରାଞ୍ଚଳ ସୀମା ବାହାରେ ଥିବା ଟୋଲ୍ ପ୍ଲାଜା ପାଇଁ ବାର୍ଷିକ ୧୫୦୦ ଟଙ୍କା ଦେବାକୁ ପଡ଼ିବ।

ସେହିପରି ପୌରପାଳିକା କିମ୍ବା ସ୍ଥାନୀୟ ସହର ସୀମା ମଧ୍ୟରେ ଥିବା ଟୋଲ୍ ପ୍ଲାଜା ପାଇଁ ବାର୍ଷିକ ପାସ୍‌ର ମୂଲ୍ୟ ରହିବ ୩୦୦୦ ଟଙ୍କା।

Advertisment କିନ୍ତୁ ଏହି ସୁବିଧା ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି।

କେବଳ ଯୋଗ୍ୟ ଅଣବାଣିଜ୍ୟିକ ଗାଡ଼ି ମାଲିକ ଏହି ପାସ୍ ପାଇଁ ଆବେଦନ କରିପାରିବେ।

ଗାଡ଼ିରେ ବୈଧ ଓ କାର୍ଯ୍ୟକ୍ଷମ FASTag ରହିବା ଜରୁରୀ।

ଏହା ସହିତ, ଯେଉଁଠାରେ ବିକଳ୍ପ ରାସ୍ତା କିମ୍ବା ସର୍ଭିସ୍ ରୋଡ୍ ଉପଲବ୍ଧ ଅଛି, ସେଠାରେ ଏହି ରିହାତି ପାସ୍ ମିଳିବ ନାହିଁ।

ବନ୍ଦ ବ୍ୟବସ୍ଥାରେ ଟୋଲ୍ ଶୁଳ୍କ ଆଦାୟ ହେଉଥିବା ଜାତୀୟ ରାଜପଥ ଓ ଏକ୍ସପ୍ରେସ୍‌ୱେରେ ମଧ୍ୟ ଏହି ନିୟମ ଲାଗୁ ହେବ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପାସ୍ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ବ୍ୟବହାର କରିହେବ ନାହିଁ।

ଏହା କେବଳ ନିର୍ଦ୍ଦିଷ୍ଟ ଟୋଲ୍ ପ୍ଲାଜା ପାଇଁ ଉଦ୍ଦିଷ୍ଟ।

ତେଣୁ ଟୋଲ୍ ପ୍ଲାଜାର ୨୦ କିଲୋମିଟର ଭିତରେ ରହୁଥିବା ଗାଡ଼ି ମାଲିକମାନେ ନିଜ ଗାଡ଼ି, FASTag ଓ ସମ୍ପୃକ୍ତ ଟୋଲ୍ ପ୍ଲାଜାର ଯୋଗ୍ୟତା ଯାଞ୍ଚ କରିବା ପରେ ହିଁ ଏହି ପାସ୍ ପାଇଁ ଆବେଦନ କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।