New Zealand defeats India by 87 Runs: ଫିଲିପ୍ସଙ୍କ ଧମାକାରେ ଧରାଶାୟୀ ଭାରତ, ୮୭ ରନ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

Oct 30, 2026 - 17:50
New Zealand defeats India by 87 Runs: ଫିଲିପ୍ସଙ୍କ ଧମାକାରେ ଧରାଶାୟୀ ଭାରତ, ୮୭ ରନ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତକୁ ୮୭ ରନ୍‌ରେ ହରାଇଛି ଘରୋଇ ଦଳ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ୍‌ ହରାଇ ୨୫୯ ରନ୍‌ର ବିଶାଳ ସ୍କୋର କରିଥିଲା।

ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ମାତ୍ର ୪୯ ବଲ୍‌ରେ ୧୦୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।

ଭାରତ ବିପକ୍ଷ ଟି-୨୦ରେ ଏହା ଯେକୌଣସି ଦଳର ସର୍ବାଧିକ ସ୍କୋର।

Advertisment ୨୬୦ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ଆରମ୍ଭରୁ ହିଁ ଚାପରେ ପଡ଼ିଥିଲା।

ଜାକବ୍ ଡଫି ପ୍ରଥମ ଓଭରରେ ସଞ୍ଜୁ ସାମସନ୍ ଓ ଈଶାନ କିଶନଙ୍କୁ ଆଉଟ୍ କରି ଭାରତକୁ ବଡ଼ ଝଟକା ଦେଇଥିଲେ।

ପରେ ଭାରତୀୟ ବ୍ୟାଟର୍‌ମାନେ ଲୟ ଫେରିପାଇନଥିଲେ।

ତିଳକ ବର୍ମା ସର୍ବାଧିକ ୩୫ ରନ୍ କରିଥିଲେ।

ଶେଷରେ ଭାରତ ୯ ୱିକେଟ୍‌ ହରାଇ ୧୭୨ ରନ୍‌ରେ ଅଟକି ଯାଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ଜାକବ୍ ଡଫି ୪ଟି ୱିକେଟ୍ ନେଇଥିବା ବେଳେ ମ୍ୟାଥ୍ୟୁ ଫିସର ଓ ମିଚେଲ୍ ସାଣ୍ଟନର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ପରାଜୟ ସତ୍ତ୍ୱେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୩-୧ରେ ଆଗୁଆ ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।