04 NOVEMBER 2026

Welcome!

Unlock your personalized experience.
Sign Up

New Zealand vs India ODI: ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ରେ ଅଟକାଇଲା ଭାରତ, ଚମକିଲେ ଅର୍ଶଦୀପ ସିଂହ

Nov 04, 2026 - 11:21
New Zealand vs India ODI: ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ରେ ଅଟକାଇଲା ଭାରତ, ଚମକିଲେ ଅର୍ଶଦୀପ ସିଂହ

ଆକଲାଣ୍ଡ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଦମ୍ଭ ଦେଖାଇଛନ୍ତି। ନ୍ୟୁାଜିଲାଣ୍ଡ ୪୦.୨ ଓଭ‌ରରେ ସମସ୍ତ ୱିକେଟ୍‌ ହରାଇ ୧୮୫ ରନ୍‌ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୮୬ ରନ୍‌ ଦରକାର ଅଛି। ଭାରତ ତରଫରୁ ଅର୍ଶଦୀପ ସିଂହ ଚମକପ୍ରଦ ବୋଲିଂ କରିଛନ୍ତି। ସେ ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି। ଗୁରନୁର ବ୍ରାର୍‌ଙ୍କୁ ୩ଟି ଏବଂ ଅଂଶୁଲ କମ୍ବୋଜଙ୍କୁ ୨ଟି ୱିକେଟ୍‌ ମିଳିଥିଲା।

ଆକଲାଣ୍ଡର ଇଡେନ୍‌ ପାର୍କରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ୍‌ ଜିଣି ଶୁଭମନ ଗିଲ୍‌ ଘରୋଇ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଭାରତୀୟ ବୋଲରମାନେ ଏକ ଦୃଢ଼ ଆରମ୍ଭ କରିଥିଲେ। ଅର୍ଶଦୀପ ସିଂହ ଏବଂ ଆକିବ ନବି ଦୃଢ଼ ଭାବରେ ବୋଲିଂ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ଆରମ୍ଭ ଧୀର ହୋଇଥିଲା। ଦଳ ଶତକ ହାସଲ ପୂର୍ବରୁ ୫ଟି ୱିକେଟ୍‌ ହରାଇ ଥିଲା। 

ନ୍ୟୁଜିଲାଣ୍ଡ ସ୍କୋର ୨୨ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ଅର୍ଶଦୀପ ସିଂହଙ୍କ ବଲ୍‌ ଶ୍ରେୟସ ଆୟରଙ୍କୁ କ୍ୟାଚ୍‌ ଦେଇ ୱିଲ ୟଙ୍ଗ ଆଉଟ୍‌ ହୋଇଥିଲେ। ସେ ୧୧ଟି ବଲ୍‌ ଖେଳି ୯ ରନ୍‌ କରିଥିଲେ, ଯେଉଁଥିରେ ୨ଟି ଚୌକା ସାମିଲ ଥିଲା। ନ୍ୟୁଜିଲାଣ୍ଡ ୪୦ ରନ୍‌ରେ ଦ୍ବିତୀୟ ୱିକେଟ୍‌ ହରାଇଛି। ହେନରୀ ନିକୋଲ୍ସ (୯ରନ)ଙ୍କୁ ଅର୍ଶଦୀପ ସିଂହ ଆଉଟ୍‌ କରିଛନ୍ତି। 

Cricket: ଭାରତୀୟ କ୍ରିକେଟ୍‌ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ

ନ୍ୟୁଜିଲାଣ୍ଡ ପାଇଁ ଟିମ୍ ସେଫର୍ଟ ୩୮ ରନ୍‌ ସଂଗ୍ରହ କରିଥିଲେ। ସେ ୪୩ଟି ବଲ୍‌ ଖେଳି ୩ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଦଳର ସ୍କୋର ୭୩ ରନ୍‌ରେ ତୃତୀୟ ଝଟକା ମିଳିଥିଲା। ଗୁରନୁର ବ୍ରାର୍‌ର ଭାରତକୁ ଏହି ସଫଳତା ଦେଇଥିଲେ। ସେହିପରି ବ୍ରାର୍‌ରଙ୍କ ବଲରେ ଟମ୍‌ ଲାଥମ (୩ ରନ୍‌) ଆଉଟ୍‌ ହୋଇଥିଲେ। ଲାଥମ୍‌ ୧୧ଟି ବଲ୍‌ର ସାମ୍ନା କରିଥିଲେ। ରୋହତ ଶର୍ମା ଏବଂ କେଏଲ୍‌ ରାହୁଲଙ୍କ ଦ୍ବାରା ଡେରିଲ ମିଚେଲ ୨୮) ରନ୍‌ ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ୮୪ ରନ୍‌ରେ ଚତୁର୍ଥ, ୯୭ ରନ୍‌ରେ ପଞ୍ଚମ ଏବଂ ୧୧୩ ରନ୍‌ରେ ଷଷ୍ଠ ୱିକେଟ୍‌ ହରାଇଥିଲା। ଅଂଶୁଲ କମ୍ବୋଜଙ୍କ ଦ୍ବାରା ମିଚେଲ ସାଣ୍ଟନର ବୋଲ୍ଡ ହୋଇଥିଲେ। ଏହା ପୂର୍ବରୁ ସେ ୧୬ଟି ବଲ୍‌ ସାମ୍ନା କରି ୪ ରନ୍‌ କରିଥିଲେ। 

ସେହିପରି ନାଥାନ ସ୍ମିଥ୍‌ ମଧ୍ୟ ବିପର୍ଯ୍ୟୟର ସାମ୍ନା କରିଥିଲେ। ସେ ୯ଟି ବଲ୍‌ର ସମ୍ମୁଖୀନ ହୋଇ ଏକ ରନ୍‌ କରିଥିଲେ। ଅଂଶୁଲଙ୍କ ବଲ୍‌ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇ ପାଭଲିଅନକୁ ଫେରିଥିଲେ। କାଇଲ୍ ଜାମିସନ୍ ମାତ୍ର ଏକ ରନ୍‌ କରି ଅର୍ଶଦୀପ ସିଂହଙ୍କର ଶିକାର ହୋଇଥିଲେ।  ବିପର୍ଯ୍ୟୟ ସମୟରେ ନ୍ୟୁଜିଲାଣ୍ଡର ଆଶା ଭାବେ ଛିଡ଼ା ହୋଇଥିବା ଗ୍ଲେନ୍‌ ଫିଲିପ୍ସ ୫୧ଟି ବଲ୍‌ ଖେଳି ୩୦ ରନ୍‌ ସଂଗ୍ରହ କରିଥିଲେ। ଅର୍ଶଦୀପଙ୍କ ବଲ୍‌ ଆୟରଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିବା ଏହି ଖେଳାଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ଭାରତୀୟ ଦଳ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ନମନ ଧୀର, ଅଂଶୁଲ କାମ୍ବୋଜ, ଆକିବ ନବି, ଗୁରନୁର ବ୍ରାର, ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡ ଦଳ: ଟିମ୍ ସେଫର୍ଟ, ୱିଲ୍ ୟଙ୍ଗ, ହେନରୀ ନିକୋଲ୍ସ, ଡାରିଲ୍ ମିଚେଲ୍, ଟମ୍ ଲାଥାମ୍ (ୱିକେଟକିପର), ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନର (ଅଧିନାୟକ), ନାଥନ୍ ସ୍ମିଥ୍, କାଇଲ୍ ଜାମିସନ୍, ଜାକବ୍ ଡଫି, ବ୍ଲେୟାର ଟିକନର। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।