Newly Appointed Governor to Arrive in Odisha Today: ଆଜି ଓଡ଼ିଶା ଆସିବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ, ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ

Oct 17, 2026 - 09:09
Newly Appointed Governor to Arrive in Odisha Today: ଆଜି ଓଡ଼ିଶା ଆସିବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ, ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ

ଆଜି ଓଡିଶା ଆସିବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ମଧ୍ୟାହ୍ନ ସାଢ଼େ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନୂଆ ରାଜ୍ୟପାଳ। ତାଙ୍କୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିବେ। 

ନୂଆ ରାଜ୍ୟପାଳଙ୍କ ଆଗମନକୁ ନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆସନ୍ତାକାଲି ରାଜଭବନରେ ଶପଥ ଗ୍ରହଣ କରିବେ ବ୍ରଜ ମୋହନ ରାମ। ଶପଥ ଗ୍ରହଣ ସହ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।