News Iphone 18 Pro: ଦାମ ୩ ଲକ୍ଷ ପାର୍, ତଥାପି କମୁନି ପାଗଳାମି!

Sep 19, 2026 - 08:01
News Iphone 18 Pro: ଦାମ ୩ ଲକ୍ଷ ପାର୍, ତଥାପି କମୁନି ପାଗଳାମି!

"ନୂଆଦିଲ୍ଲୀ: ରାତିରୁ ଲାଗିଲା ଲମ୍ବା ଲାଇନ୍‌...

ସକାଳ ହେଉ ହେଉ ବଢ଼ିଗଲା ଭିଡ଼!

ଦିଲ୍ଲୀରୁ ମୁମ୍ବାଇ, ବେଙ୍ଗାଲୁରୁରୁ ହାଇଦ୍ରାବାଦ ।

ସବୁଠି ଗୋଟିଏ ଫୋନ୍‌କୁ ନେଇ ଗଜବ କ୍ରେଜ୍‌।

ଫୋନ୍‌ଟି ହେଉଛି ଆପଲ୍‌ର ନୂଆ iPhone 18 Pro ଓ 18 Pro Max।

ଲକ୍ଷାଧିକ ଟଙ୍କାର ଏହି ଫୋନ୍‌ କିଣିବାକୁ କାହିଁକି ରାତିସାରା ଲାଇନ୍‌ରେ ଲୋକେ?

କେତେ ରହିଛି ଏହାର ଦାମ?

ଆଉ ପ୍ରଥମ ସେଲ୍‌ରେ କ"ଣ ମିଳୁଛି ଅଫର?

ଆସନ୍ତୁ ଜାଣିବା ପୂରା ଖବର।

ଆପଲ୍‌ର ନୂଆ ଆଇଫୋନ୍‌କୁ ନେଇ ଭାରତରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍‌। iPhone 18 Pro ଓ iPhone 18 Pro Maxର ପ୍ରଥମ ସେଲ୍‌କୁ ନେଇ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ସମେତ ଅନେକ ସହରର Apple Store ବାହାରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଛି।

କିଏ ରାତିରୁ ଆସି ଅପେକ୍ଷା କରିଛନ୍ତି, ଆଉ କିଏ ପ୍ରି-ବୁକିଂ କରି ନିଜ ଟାଇମ୍‌ ସ୍ଲଟ୍‌ ଅନୁସାରେ ଷ୍ଟୋରରେ ପହଞ୍ଚିଛନ୍ତି।

Advertisment  ନୋଏଡାର DLF ମଲ୍‌ସ୍ଥିତ Apple Storeରେ ମଧ୍ୟ ସେଲ୍‌ ଆରମ୍ଭ ହେବା ସହ ନୂଆ ଆଇଫୋନ୍‌ କିଣିବାକୁ ବହୁ ସଂଖ୍ୟାରେ ଗ୍ରାହକ ପହଞ୍ଚିଛନ୍ତି।

ଦିଲ୍ଲୀର ସାକେତସ୍ଥିତ Select Citywalk ମଲ୍‌ ବାହାରେ ତ ରାତିରୁ ଲାଇନ୍‌ ଲାଗିଥିଲା।

ସକାଳ ହେବା ବେଳକୁ ଭିଡ଼ ଆହୁରି ବଢ଼ିଥିଲା।

ଲାଇନ୍‌ରେ ଥିବା ଅଜୟ ନାମକ ଜଣେ ଗ୍ରାହକ କହିଛନ୍ତି, ସେ iPhone 18 Pro Maxର 1TB ଭାରିଆଣ୍ଟ ନେବାକୁ ଆସିଛନ୍ତି।

ଆଗରୁ ପ୍ରି-ବୁକିଂ କରିସାରିଥିବାରୁ ଏବେ କେବଳ ନିଜ ନମ୍ବର ଆସିବାକୁ ଅପେକ୍ଷା।

ସେ ବର୍ତ୍ତମାନ iPhone 17 Pro ବ୍ୟବହାର କରୁଥିବା ବେଳେ ନୂଆ ମଡେଲ୍‌କୁ ନେଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

ଏବେ  ଆସନ୍ତୁ ଜାଣିବା  ଦାମ ବିଷୟରେ।

Meditation: ମାନସିକ ଶାନ୍ତି ଛଡ଼ାଇ ନେଉଛି କି ଫୋନ୍‌! iPhone 18 Proର 256GB ମଡେଲ୍‌ର ଦାମ ୧ ଲକ୍ଷ ୬୪ ହଜାର ୯୯୯ ଟଙ୍କା।

512GB ପାଇଁ ଦେବାକୁ ପଡ଼ିବ ୧ ଲକ୍ଷ ୮୯ ହଜାର ୯୦୦ ଟଙ୍କା।

1TB ମଡେଲ୍‌ର ଦାମ ୨ ଲକ୍ଷ ୩୯ ହଜାର ୯୦୦ ଟଙ୍କା।

ଆଉ 2TB ଟପ୍‌ ଭାରିଆଣ୍ଟ ପାଇଁ ଦାମ ରହିଛି ୩ ଲକ୍ଷ ୧୪ ହଜାର ୯୦୦ ଟଙ୍କା ।

ସେହିପରି iPhone 18 Pro Maxର 256GB ମଡେଲ୍‌ର ଦାମ ୧ ଲକ୍ଷ ୭୯ ହଜାର ୯୦୦ ଟଙ୍କା।

512GBର ଦାମ ୨ ଲକ୍ଷ ୪ ହଜାର ୯୦୦, 1TBର ଦାମ ୨ ଲକ୍ଷ ୫୪ ହଜାର ୯୦୦ ଏବଂ 2TB ଭାରିଆଣ୍ଟର ଦାମ ୩ ଲକ୍ଷ ୨୯ ହଜାର ୯୦୦ ଟଙ୍କା।

ପ୍ରଥମ ସେଲ୍‌କୁ ନେଇ ଫ୍ୟାନ୍‌ଙ୍କ ଉତ୍ସାହ ଯେତିକି, ଅଫର ଉପରେ ମଧ୍ୟ ସେତିକି ନଜର।

ନୂଆ iPhone କିଣିବା ପୂର୍ବରୁ ଗ୍ରାହକମାନେ ବ୍ୟାଙ୍କ୍‌ ଅଫର, ଏକ୍ସଚେଞ୍ଜ୍‌ ଓ ଅନ୍ୟାନ୍ୟ ଡିସ୍‌କାଉଣ୍ଟ ବିକଳ୍ପ ଯାଞ୍ଚ କରୁଛନ୍ତି।

ଅର୍ଥାତ୍‌, ଦାମ ଆକାଶଛୁଆଁ ହେଲେ ବି ଆଇଫୋନ୍‌ ପ୍ରେମୀଙ୍କ ଉତ୍ସାହରେ କିନ୍ତୁ କୌଣସି କମି ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।