Weather Alert: ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଆଜି ସନ୍ଧ୍ୟା ସୁଦ୍ଧା ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

Sep 19, 2026 - 07:53
Weather Alert: ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଆଜି ସନ୍ଧ୍ୟା ସୁଦ୍ଧା ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଉତ୍ତର ଥାଇଲ୍ୟାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପଶ୍ଚିମ ଦିଗ ମୁହାଁ। ଆଣ୍ଡାମାନ ସାଗର ଭିତରକୁ ପ୍ରବେଶ କରିଛି ସକ୍ରିୟ ଘୂର୍ଣ୍ଣିବଳୟ। ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ପରେ ଶକ୍ତିଶାଳୀ ହୋଇ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରିବ।  ପରବର୍ତ୍ତି ସମୟରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। 

ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼େ ଅଗ୍ରସର ସମ୍ଭାବନା ରହିଛି। ଆଜି ସାରା ରାଜ୍ୟକୁ ଝଡ଼ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି। 

ବାକି ଜିଲ୍ଲାରେ ବିଜୁଳ, ଘଡ଼ଘଡ଼ି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଏହା ବାତ୍ୟାରେ ପରିଣତ ହେବ ନା ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଲଘୁଚାପ ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।