ଅଚାନକ କ୍ରିକେଟକୁ ବାଏ ବାଏ କହି ସମସ୍ତଙ୍କୁ ଚମକାଇଲେ ଏହି ଭାରତୀୟ କ୍ରିକେଟର୍‌

Oct 15, 2026 - 22:58
ଅଚାନକ କ୍ରିକେଟକୁ ବାଏ ବାଏ କହି ସମସ୍ତଙ୍କୁ ଚମକାଇଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୧୫ା୧୦: ପୁନମ୍‌ ରାଉତ ଅନ୍ତର୍ଜାତୀୟ କ୍ରିକେଟରୁ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କର ଦଶନ୍ଧି ଲମ୍ବା କ୍ୟାରିୟରର ଅନ୍ତ ଘଟିଛି। ୨୦୦୯ରେ ପଦାର୍ପଣ କରିଥିବା ଏହି ଡାହାଣହାତୀ ବ୍ୟାଟର ୨୦୨୧ରେ ଭାରତ ପାଇଁ ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ସେ ୭୩ ଦିନିକିଆରେ ୨,୨୯୯ ରନ ଓ ୩୫ ଟି୨୦ରେ ୭୧୯ ରନ କରିବା ସହ ୪ ଟେଷ୍ଟରେ ୨୬୪ ରନ କରିଥିଲେ। ତାଙ୍କ ନାମରେ ମୋଟ ୪ ଅନ୍ତର୍ଜାତୀୟ ଶତକ ରହିଛି। ୨୦୧୭ ମହିଳା ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ଫାଇନାଲରେ ସେ ସ୍ମରଣୀୟ ୮୬ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ଭାରତ ୯ ରନରେ ପରାଜିତ ହୋଇଥିଲା। ସମାନ ଟୁର୍ନାମେଣ୍ଟରେ ସେ ଆୟର୍ଲାଣ୍ଡ ବିପକ୍ଷରେ ୧୦୯ ରନର ଇନିଂସ ଖେଳିଥିଲେ ଏବଂ ଦୀପ୍ତି ଶର୍ମାଙ୍କ ସହ ଓପନିଂ ପାର୍ଟନରଶିପ୍‌ରେ ୩୨୦ ରନ ଯୋଡ଼ିଥିଲେ।
ରାସ୍ତାରୁ ଭାରତୀୟ ଦଳର ଜର୍ସି ପିନ୍ଧିବା ପର୍ଯ୍ୟନ୍ତ ଏହି ଯାତ୍ରା ବରଦାନଠାରୁ କମ୍‌ ନ ଥିଲା। ବଳିଦାନ, ସଂଘର୍ଷ, ସ୍ମରଣୀୟ ବିଜୟ, ଶିକ୍ଷା ଓ ସାରା ଜୀବନ ମନେରଖିଲା ଭଳି ମୁହୂର୍ତ୍ତ ଏହି ଯାତ୍ରାରେ ଭରି ରହିଥିଲା। ଭାରତ ପାଇଁ ଖେଳିବା କେବଳ ଏକ ସ୍ବପ୍ନ ପୂରଣ ହେବା ନ ଥିଲା, ବରଂ ଏହା ଏକ ସୌଭାଗ୍ୟ ଥିଲା, ଯାହାକୁ ମୁଁ ଗର୍ବର ସହ ବହନ କରିଥିଲି। କ୍ରିକେଟ ମୋତେ ଏକ କ୍ୟାରିୟରଠାରୁ ଅଧିକ ଦେଇଛି। ଏହା ମୋତେ ଉଦ୍ଦେଶ୍ୟ, ପରିଚୟ ଓ ପରିବାର ଦେଇଛି“ ବୋଲି ପୁନମ୍‌ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।