ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

Oct 28, 2026 - 17:18
ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

ନୂଆଦିଲ୍ଲୀ,୨୮।୧୦: ଅବସର ପରେ ପ୍ରତି ମାସରେ ମିଳୁଥିବା ପେନସନ ହିଁ ଲୋକଙ୍କ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାଏ। ଏହି ପେନସନ ବଳରେ ହିଁ ଲୋକେ ନିଜ ଦୈନନ୍ଦିନ ଜୀବନର ଖର୍ଚ୍ଚ ଏବଂ ଔଷଧ ଖର୍ଚ୍ଚ ଭରଣା କରନ୍ତି। ଏପରି ସ୍ଥିତିରେ ଭାବନ୍ତୁ, ଯେଉଁ ପେନସନ ଦ୍ୱାରା ଲୋକଙ୍କ ଆବଶ୍ୟକତା ପୂରଣ ହୁଏ, ଯଦି ତାହା ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯାଏ, ତେବେ ସୱାଭାବିକ ଭାବେ ଏହାର ପ୍ରଭାବ ଅବସରପ୍ରାପ୍ତ କର୍ମଚାରୀଙ୍କ ଉପରେ ପଡ଼ିବ। ଏହି ସମୟରେ କର୍ନାଟକ ହାଇକୋର୍ଟ EPS-95 ପେନସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ପ୍ରକୃତରେ, କର୍ମଚାରୀ ପେନସନ ଯୋଜନା, ୧୯୯୫ (EPS-95) ରେ ବର୍ଷ ୨୦୦୭ ଏବଂ ୨୦୦୮ ରେ ହୋଇଥିବା ସଂଶୋଧନକୁ ହାଇକୋର୍ଟ ସଠିକ ବୋଲି ଦର୍ଶାଇଛନ୍ତି। କିଛି ଅବସରପ୍ରାପ୍ତ କର୍ମଚାରୀ ଏହି ସଂଶୋଧନକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କହିଥିଲେ ଯେ ଏହାଦ୍ୱାରା ସେମାନଙ୍କ ପେନସନ ଲାଭ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ତେବେ ଆସନ୍ତୁ ଜାଣିବା, କର୍ମଚାରୀମାନେ ପ୍ରକୃତରେ କ’ଣ ଚାହୁଁଥିଲେ ଏବଂ କେଉଁ ଦାବି କରିଥିଲେ।

ଅବସରପ୍ରାପ୍ତ କର୍ମଚାରୀମାନେ ଦାବି କରିଥିଲେ ଯେ ସେମାନଙ୍କ ପେନସନ ଗଣନା ପୁରୁଣା ନିୟମ ଆଧାରରେ ହିଁ କରାଯାଉ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋର୍ଟ କର୍ମଚାରୀଙ୍କ ଏହି ଦାବିକୁ ଖାରଜ କରିଦେଇଛନ୍ତି।

୨୦୦୮ ସଂଶୋଧନ ଅନୁଯାୟୀ, ଯଦି କୌଣସି କର୍ମଚାରୀ ୫୮ ବର୍ଷ ବୟସ ପୂର୍ୱରୁ ପେନସନ ନିଅନ୍ତି, ତେବେ ସେଭଳି ସ୍ଥିତିରେ ବାର୍ଷିକ କାଟଛାଟର ହାର ୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ପୂର୍ୱରୁ ଏହି ହାର ୩ ପ୍ରତିଶତ ଥିଲା।

ଯଦି ଆପଣଙ୍କୁ ପ୍ରତି ମାସରେ ମିଳୁଥିବା ପେନସନ କମ ଆସୁଛି, ତେବେ ସର୍ୱପ୍ରଥମେ PPO ରେ ଥିବା ଧାର୍ଯ୍ୟ ରାଶି ଯାଞ୍ଚ କରନ୍ତୁ। ଏହା ପରେ ବ୍ୟାଙ୍କରେ ଜମା ହୋଇଥିବା ପେନସନ ଏବଂ ପେନସନ ସ୍ଲିପ ମିଳାଇ ଦେଖନ୍ତୁ।

* ନିଜର PPO ଯାଞ୍ଚ କରନ୍ତୁ, ଏଥିରେ ପେନସନ ରାଶି ଏବଂ ଅନ୍ୟାନ୍ୟ ବିବରଣୀ ଦେଖନ୍ତୁ।
* ଏହା ସହିତ ନିଜ ବ୍ୟାଙ୍କ ଷ୍ଟେଟମେଣ୍ଟ ମଧ୍ୟ ଯାଞ୍ଚ କରନ୍ତୁ।
* ନିଜ ଚାକିରି ଅବଧି ଏବଂ ପେନସନ ସମ୍ୱନ୍ଧୀୟ ତଥ୍ୟକୁ ଭଲ ଭାବେ ପରଖନ୍ତୁ।
* ଯଦି ଆପଣ ରେକର୍ଡରେ କୌଣସି ତ୍ରୁଟି ଦେଖୁଛନ୍ତି, ତେବେ EPFO ର ସରକାରୀ ଅଭିଯୋଗ ପୋର୍ଟାଲରେ ଅଭିଯୋଗ ଦାଖଲ କରନ୍ତୁ।
* ଗୋଟିଏ କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁପେନସନ ରାଶିରେ ତାରତମ୍ୟ ଥିଲେ ସବୁବେଳେ ତାହା ତ୍ରୁଟି ନହୋଇପାରେ। ପ୍ରଥମେ ନିଜ ରେକର୍ଡ ଏବଂ ଲାଗୁ ହୋଇଥିବା ନିୟମଗୁଡ଼ିକ ଭଲ ଭାବେ ଯାଞ୍ଚ କରିନିଅନ୍ତୁ।

ଏହାର ଉତ୍ତର ହେଉଛି ‘ନା’। ଏହି ନିଷ୍ପତ୍ତିର ଅର୍ଥ ଏହା ଆଦୌ ନୁହେଁ ଯେ EPS-95 ର ସମସ୍ତ ପେନସନଭୋଗୀଙ୍କ ପେନସନ ହ୍ରାସ ପାଇବ। କୋର୍ଟଙ୍କ ଏହି ରାୟ କେବଳ ସେହି ନିୟମ ସମ୍ୱନ୍ଧୀୟ ମାମଲାଗୁଡ଼ିକ ପାଇଁ ଉଦ୍ଦିଷ୍ଟ, ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।