ଆଞ୍ଚଳିକ ମହାବିଦ୍ୟାଳୟ: ୮ ପଦବୀ ହାତେଇଲା ଏବିଭିପି, ଶୁଭେଚ୍ଛା ଜଣାଇଲେ ବିଧାୟକ

Oct 15, 2026 - 21:33
ଆଞ୍ଚଳିକ ମହାବିଦ୍ୟାଳୟ: ୮ ପଦବୀ ହାତେଇଲା ଏବିଭିପି, ଶୁଭେଚ୍ଛା ଜଣାଇଲେ ବିଧାୟକ

ପାଟଣା,୧୫।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣାର ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ବିପୁଳ ବିଜୟ ହାସଲ କରିଛି। ନିର୍ବାଚନ ହୋଇଥିବା ୮ଟି ଯାକ ପଦବୀ ଏବିଭିପି ଦାଖଲ କରିଛି।

ଗୁରୁବାର ରାତିରେ ଭୋଟ ଗଣତି ପରେ ନିର୍ବାଚନ ଅଧିକାରୀ ଅଧ୍ୟାପକ ହଳଧର ସାହୁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ଉପସ୍ଥିତ ଥିଲେ। ସଭାପତି ପଦବୀରେ ଏବିଭିପିର ପୁଣ୍ୟବନ୍ତ ପ୍ରଧାନ ୪୧୪ ଖଣ୍ଡ ଭୋଟ ପାଇ ବିସିଜେଡିର ଶୁଭମ କୁମାର ମହାନ୍ତଙ୍କୁ ୧୨୩ ଭୋଟରେ ପରାସ୍ତ କରିଛନ୍ତି।

ସାଧାରଣ ସମ୍ପାଦକ ପଦରେ ଆକାଶ ପାତ୍ର ୪୦୫ ଖଣ୍ଡ ଭୋଟ ପାଇ ଅଙ୍କିତା ବାରିକଙ୍କୁ ୬୧ ଭୋଟରେ ହରାଇଛନ୍ତି। ସହକାରୀ ସମ୍ପାଦକ ପଦରେ ବିରେନ୍ଦ୍ର ବେହେରା ୬୬ ଭୋଟରେ ବିଜୟୀ ହୋଇଥିବା ବେଳେ କ୍ରୀଡ଼ା ସମ୍ପାଦକ ପଦରେ ଦିଗନ୍ତ ପ୍ରସାଦ ସେଠୀ ୨୦ ଭୋଟରେ, ଡିଏସ୍‌ଏ ସମ୍ପାଦକ ପଦରେ ସରୋଜ କୁମାର ବେହେରା ୧୦୬ ଭୋଟରେ, ନାଟ୍ୟ ସମ୍ପାଦକ ପଦରେ ଦିନେଶ ମହାନ୍ତ ୧୧୫ ଭୋଟରେ ଏବଂ ସହକାରୀ ନାଟ୍ୟ ସମ୍ପାଦକ ପଦରେ ବୈଲୋଚନ ପ୍ରଧାନ ୬୨ ଭୋଟରେ ବିଜୟୀ ହୋଇଛନ୍ତି ନିର୍ବାଚନରେ ୯୪୭ଜଣ ମତଦାତାଙ୍କ ମଧ୍ୟରୁ ୭୭୮ଜଣ ଭୋଟ ଦେଇଥିବା ବେଳେ ମତଦାନ ହାର ୮୨ ପ୍ରତିଶତ ରହିଥିଲା। ମୋଟ ୧୦ଟି ପଦବୀ ମଧ୍ୟରୁ ୮ଟି ପାଇଁ ନିର୍ବାଚନ ହୋଇଥିବା ବେଳେ ଉପସଭାପତି ଓ ସହକାରୀ କ୍ରୀଡ଼ା ସମ୍ପାଦକ ପଦରେ ବିସିଜେଡିର ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

 

ନିର୍ବାଚନ ପରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଏମ୍‌ପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ବିଧାୟକଙ୍କ ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ଭାଜପା ଜିଲା ସଭାପତି ରାଧାକାନ୍ତ ମହାନ୍ତ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ପ୍ରମୁଖ ନବନିର୍ବାଚିତ ପ୍ରତିନିଧିଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇଥିଲେ। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।