ବରଗଡ଼ ପଞ୍ଚାୟତ କଲେଜରେ ଚମକାଇଲା BCJD: ଅବିନାଶ ନାଗ ସଭାପତି ନିର୍ବାଚିତ
ବରଗଡ଼,୧୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ଚମତ୍କାର ପ୍ରଦର୍ଶନ କରିଛି। BCJD ସମର୍ଥିତ ପ୍ରାର୍ଥୀ ଅବିନାଶ ନାଗ ତାଙ୍କ ନିକଟତମ ପ୍ରାର୍ଥୀଙ୍କଠାରୁ ୩୦୪ ମୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜୟ ପରେ ସେ ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଭେଟିଥିବାବେଳେ ସମର୍ଥକଙ୍କ ଗହଣରେ ଏକ ବିଜୟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ବିଜୟରେ ସ୍ଥାନୀୟ ବିଜେଡି ନେତା, କର୍ମୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।