ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

Sep 28, 2026 - 11:46
ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ ଲଗାଣ ବର୍ଷା ଯୋଗୁଁ ରଦ୍ଦ ହୋଇଯାଇଛି।

ଏସିଆନ୍ ଗେମ୍ସର ନିୟମ ଅନୁସାରେ, କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ ବର୍ଷା କିମ୍ବା ଅନ୍ୟ କାରଣରୁ ରଦ୍ଦ ହେଲେ ଉଚ୍ଚ ରାଙ୍କିଂ ଥିବା ଦଳକୁ ସେମିଫାଇନାଲ୍‌ରେ ପ୍ରବେଶ ମିଳେ । ଭାରତ ବର୍ତ୍ତମାନ ICC T20I ରାଙ୍କିଂରେ ନମ୍ବର-୧ ସ୍ଥାନରେ ଥିବାବେଳେ ଆଫଗାନିସ୍ତାନ ୧୦ମ ସ୍ଥାନରେ ରହିଛି । ତେଣୁ ମ୍ୟାଚ୍‌ ରଦ୍ଦ ହେବା ପରେ ଭାରତକୁ ବିଜେତା ଭାବେ ଗଣାଯାଇ ସେମିଫାଇନାଲ୍‌ ଟିକେଟ୍‌ ମିଳିଛି। ଏହି ନିୟମ ଯୋଗୁଁ ଆଫଗାନିସ୍ତାନକୁ ମଇଦାନରେ ଭାରତ ବିପକ୍ଷରେ ନିଜ ଦାବି ପ୍ରମାଣ କରିବାର ସୁଯୋଗ ମିଳିନାହିଁ।

ସୋମବାର ପାକିସ୍ତାନ ଓ ହଂକଂ ମଧ୍ୟରେ ହେବାକୁ ଥିବା କ୍ୱାର୍ଟରଫାଇନାଲ୍‌ ମଧ୍ୟ ବର୍ଷା ଯୋଗୁଁ ରଦ୍ଦ ହୋଇଛି । ସେଠାରେ ମଧ୍ୟ ଗୋଟିଏ ବଲ୍‌ ପଡ଼ିନଥିଲା। ଉଚ୍ଚ ICC T20I ରାଙ୍କିଂ ଥିବାରୁ ପାକିସ୍ତାନ ସେମିଫାଇନାଲ୍‌ରେ ପହଞ୍ଚିଛି । ପାକିସ୍ତାନର ରାଙ୍କିଂ ହଂକଂଠାରୁ ଉପରେ ଥିବାରୁ ଏହି ନିୟମର ଫାଇଦା ତାକୁ ମିଳିଛି।ଏଭଳି ଭାବେ ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍‌ରେ ଭାରତ ଓ ପାକିସ୍ତାନ ବିନା କୌଣସି ବଲ୍‌ ଖେଳି କ୍ୱାର୍ଟରଫାଇନାଲ୍‌ ଜିତି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।