ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

Sep 26, 2026 - 18:07
ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’ ଦୁର୍ଗାପୂଜା ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆସନ୍ତା ଅକ୍ଟୋବର ୧୮ରେ ମା’ ପାଟ୍ଟଖଣ୍ଡାଙ୍କ ପୀଠରୁ ଅଜ୍ଞାମାଳ ଅଣାଯିବ ଓ ୧୯ରେ ନବମୀ ଓ ୨୦ ରେ ଦଶମୀ ପୂଜା ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପୂଜକ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଶୁକ୍ରବାରଠାରୁ ମା’ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ପୂଜା ମେଢ଼, ମୁଖ୍ୟ ଫାଟକ, ଆଲୋକ ସଜ୍ଜା ସହ ସମସ୍ତ କାର୍ଯ୍ୟ ଶୀଘ୍ର କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ୨୧ରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାମାୟଣ ନାଟକ ଅନୁଷ୍ଠିତ ହେବ। ରାଇକିଆ ବ୍ଲକ ମାଣିକେଶ୍ବର ପଞ୍ଚାୟତ ବାଡ଼ାମାହା ଗ୍ରାମରୁ କଳାକାରମାନେ ଏହି ନାଟକ ପରିବେଷଣ କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।