ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!
ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍ରେ ପରାସ୍ତ କରି ସଲିମା ଟେଟେଙ୍କ ଭାରତୀୟ ଦଳ ୪୪ ବର୍ଷର ଦୀର୍ଘ ଅପେକ୍ଷା ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହି ବିଜୟ ସହ ଭାରତୀୟ ଦଳ ଆଗାମୀ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିଛି।
ନିଜର ୨୦୦ତମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଲାଲରେମ୍ସିଆମୀ ମ୍ୟାଚ୍ର ୧୦ମ ମିନିଟ୍ରେ ଭାରତ ପାଇଁ ପ୍ରଥମ ଗୋଲ୍ ଦେଇ ଆଗୁଆ ସ୍ଥିତିରେ ରଖିଥିଲେ। ଏହାପରେ ୨୪ଶ ମିନିଟ୍ରେ ଚୀନ୍କୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍କୁ ସବିତା ପୁନିଆ ନିଜ ବାମ ପଟକୁ ଡାଇଭ୍ ମାରି ଅତ୍ୟନ୍ତ ଚମତ୍କାର ଭାବେ ରୋକି ଦେଇଥିଲେ।
ସମଗ୍ର ମ୍ୟାଚ୍ରେ ଭାରତୀୟ ରକ୍ଷଣପନ୍ଥୀ ଖେଳାଳି ଇଶିକା ଚୌଧୁରୀ, ବଲଜିତ୍ କୌର ଏବଂ ସୁଶୀଲା ଚାନୁ ଚାଇନାର ପ୍ରତିଟି ଆକ୍ରମଣକୁ ନିଷ୍ଫଳ କରିଦେଇଥିଲେ। ଗୋଲକିପର ସବିତା ଓ ବିଛୁ ଦେବୀ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍ରେ ଚାଇନା ରୌପ୍ୟ ପଦକ ପାଇଥିବା ବେଳେ ଜାପାନ ଶୁଟ୍ଆଉଟ୍ରେ କୋରିଆକୁ ହରାଇ କାଂସ୍ୟ ପଦକ ଜିତିଛି।
ଏହି ବିରାଟ ସଫଳତା ପରେ ହକି ଇଣ୍ଡିଆ (Hockey India) ପକ୍ଷରୁ ସୋସିଆଲ ମିଡିଆ ‘X’ ମାଧ୍ୟମରେ ପୁରସ୍କାର ରାଶି ଘୋଷଣା କରାଯାଇଛି। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ୫.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ।
𝗖𝗘𝗟𝗘𝗕𝗥𝗔𝗧𝗜𝗡𝗚 𝗢𝗨𝗥 𝗚𝗢𝗟𝗗𝗘𝗡 𝗖𝗛𝗔𝗠𝗣𝗜𝗢𝗡𝗦! 🇮🇳🥇
Hockey India honours the Indian Women’s Team and support staff following their historic Asian Games 2026 gold medal triumph. 🏑🏆
A fitting recognition for the hard work, dedication and relentless effort that… pic.twitter.com/gE4j2ngoWJ
— Hockey India (@TheHockeyIndia) October 2, 2026
ପୂର୍ବରୁ ୧୯୮୨ ମସିହାରେ ନୂଆଦିଲ୍ଲୀ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ଗାଡ଼ି ମୋଟର ଟ୍ରାଫିକ୍ରେ ଫସିବା କାରଣରୁ ମ୍ୟାଚ୍ଟି ନିର୍ଦ୍ଧାରିତ ସମୟରୁ ଗୋଟିଏ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା, ମାତ୍ର ଆରମ୍ଭରୁ ଆକ୍ରମଣାତ୍ମକ ରୂପ ଆପଣାଇ ଭାରତୀୟ ଦଳ ଶେଷରେ ଇତିହାସ ରଚିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।