ଏଇ ଭାରତରେ

Oct 11, 2026 - 09:20
ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି ଗାଁକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିପାରିଛନ୍ତି। ଲତା ଏକ ରକ୍ଷଣଶୀଳ ପରିବାରରେ ବାହା ହେବା ପରେ ସାମାଜିକ କଟକଣା ମଧ୍ୟରେ ରହିଥିଲେ। ହେଲେ ତାଙ୍କ ଗାଁର ଯୁବକମାନେ ନିଶାଗ୍ରସ୍ତ ହୋଇ ପରିବାର ଓ ସମାଜର କ୍ଷତି କରୁଥିବା ଲକ୍ଷ୍ୟକରି ଏହା ବିରୋଧରେ ଘରୁ ବାହାରକୁ ଗୋଡ କାଢ଼ିଥିଲେ। ପ୍ରଥମେ ସେ ଆଶାଦୀପ ଜନସଂଘ ଏନ୍‌ଜିଓରେ ଯୋଗଦେଇ ଶିକ୍ଷା ଓ ଗରିବ ପରିବାରକୁ ସହାୟତା ଯୋଗାଇବା କ୍ଷେତ୍ରରେ ଅଭିଜ୍ଞତା ହାସଲ କଲାପରେ ତାଙ୍କ ଗାଁରୁ ନିଶାବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଯୋଗଦେଇଥିଲେ। ଏହି କାର୍ଯ୍ୟ ସେ ସରପଞ୍ଚ ହେବା ପୂର୍ବରୁ ଆରମ୍ଭ କରିଥିଲେ। ୨୦୨୩ରେ ସେ ବାହ୍ଲୋ ପଞ୍ଚାୟତର ସରପଞ୍ଚ ହେବା ପରେ ଏହି ଅଭିଯାନକୁ ବ୍ୟାପକ କରିବା ଲାଗି ସୁଯୋଗ ପାଇଥିଲେ ଏବଂ ତାଙ୍କ ପଞ୍ଚାୟତର ୫ଟି ଗାଁକୁ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ କରିପାରିଛନ୍ତି। ପରେ ହମିରପୁର ଜିଲାସ୍ତରରେ ୨୦୧୪ରେ ଆରମ୍ଭ କରାଯାଇଥିବା ‘ଡ୍ରଗ୍ସ ବିରୋଧୀ ଯୁଦ୍ଧ’ ମିଶନରେ ସାମିଲ ହୋଇଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।