କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…
ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କଂଗ୍ରେସର ଜେନେରାଲ ସେକ୍ରେଟାରୀ କେ.ସି. ବେଣୁଗୋପାଳ ଘୋଷଣା କରିଛନ୍ତି।
ଶନିବାର ନିଜର ଲୋକସଭା ନିର୍ବାଚନମଣ୍ଡଳୀ ଆଲାପୁଝାରେ ଖବରଦାତାଙ୍କ ସହ କଥା ହେବାବେଳେ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଏବଂ ବ୍ୟବସ୍ଥାକୁ ମୁକ୍ତ ଏବଂ ଅଧିକ ନିରପେକ୍ଷ କରା ନ ଯିବା ପର୍ଯ୍ୟନ୍ତ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ଆନ୍ଦୋଳନ ଜାରି ରଖିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରି ବେଣୁଗୋପାଳ ଦାବି କରିଛନ୍ତି ଯେ ସେମାନଙ୍କର ଏହି ପ୍ରଚେଷ୍ଟା ଶେଷରେ ସେମାନଙ୍କର ପତନ ଘଟାଇବ। ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ପ୍ରତିବାଦକୁ ଭୟ କରୁଛନ୍ତି ବୋଲି ସେ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।