ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ
ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ରେ ତିଳକ ୫୦ଟି କ୍ୟାଚ୍ ଧରିବାରେ ସଫଳ ହୋଇଛନ୍ତି। ଏଥିସହିତ ସେ ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହୋଇଛନ୍ତି।
ଓ୍ବେଷ୍ଟଇଣ୍ଡିଜ ବ୍ୟାଟର କିମୋ ପଲ୍ଙ୍କ କ୍ୟାଚ୍ ଧରି ତିଳକ ଏହା ହାସଲ କରିଛନ୍ତି। ଏପରିକି ତିଳକ ପଞ୍ଚମ ଭାରତୀୟ କ୍ଷେତ୍ରରକ୍ଷକ ହେବାର ଗୌରବ ହାସଲ କରିଛନ୍ତି। ତିଳକ ମାତ୍ର ୬୮ଟି ମ୍ୟାଚ୍ରେ ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛନ୍ତି।
ପ୍ରତିଷ୍ଠିତ କ୍ଷେତ୍ରରକ୍ଷକ ତାଲିକାରେ ତିଳକଙ୍କ ପୂର୍ବରୁ ଭାରତର ରୋହିତ ଶର୍ମା, ହାର୍ଦ୍ଧିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି ସ୍ଥାନ ପାଇଛନ୍ତି। ରୋହିତ ୬୫ କ୍ୟାଚ ନେଇ ଏହି ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ହାର୍ଦ୍ଦିକ ୬୪, ସୂର୍ଯ୍ୟକୁମାର ୫୮ ଓ ବିରାଟ କୋହଲି ୫୪ କ୍ୟାଚ୍ ନେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।