ଏସଆଇଆର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ: ଗୁଡ଼ାରି BDO, ଇଓଙ୍କୁ ପୁରସ୍କୃତ କଲେ ଉପଜିଲାପାଳ
ଗୁଡାରି,୪।୧୦(ପ୍ରମୋଦ କୁମାର ପତି ): ସରକାରଙ୍କ ଏସଆଇଆର କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଗୁଡାରି ବିଡ଼ିଓ ତଥା ଏଇଆର ଓ ଶୁଚିସ୍ମିତା ବେହେରା ଏବଂ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଏଇଆରଓ ପ୍ରସନ୍ନ କୁମାର ପାଢ଼ୀ ରବିବାର ଗୁଣୁପୁରରେ ଉପଜିଲାପାଳଙ୍କ ଦ୍ୱାରା ପ୍ରସଂଶିତ ହୋଇଛନ୍ତି । ଏସ ଆଇଆର କାର୍ଯ୍ୟକ୍ରମରେ କଠିନ ପରିଶ୍ରମ କରି ଉଭୟ ଏଇଆରଓ, ବିଏଲ ଓ ଏବଂ ସୁପରଭାଇଜରଙ୍କୁ ବ୍ୟକ୍ତିଗତ ଭାବେ ଓ ଟିମଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ।
ଏତଦବ୍ୟତୀତ ଏସଆଇଆର କାର୍ଯ୍ୟରେ ପୂର୍ବରୁ ନିୟୋଜିତ ଗୁଡାରି ଏନଏସିର କାର୍ଯ୍ୟରତ ବିଏଲ ଓ ଶିକ୍ଷକ ଟି. ନାଗେଶ୍ୱର ରାଓ ଏବଂ ଅଙ୍ଗନବାଡି କର୍ମୀ ଶୈଳେନ୍ଦ୍ରି ଶବରଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା। ସେହିପରି ଗୁଡାରି ବ୍ଲକରେ କାର୍ଯ୍ୟରତ ବିଏଲ ଓ ଶିକ୍ଷକ ଭେଂକେଟରମଣ ଏବଂ ସୀମାଦ୍ରୀ ତିରୁମାଲାଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଗଲା। କାର୍ଯ୍ୟକ୍ରମରେ ସମସ୍ତ ବିଏଲ ଓ ଏବଂ ସୁପରଭାଇଜରଙ୍କୁ ବିଡ଼ିଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ଏବଂ ଟିମ ୱାର୍କ ଯୋଗୁଁ ଏହା ସଫଳ ହୋଇପାରିଛି ବୋଲି ମତ ପ୍ରକାଶ କରିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।