Dead: ଜଳପ୍ରପାତରେ ଲିଭିଗଲା ଜୀବନ ଦୀପ; ଯୁବ ଖଣି ଯନ୍ତ୍ରୀଙ୍କ ଅକାଳ ମୃତ୍ୟୁରେ ଗାଁ ସ୍ତବ୍ଧ

Oct 04, 2026 - 20:49
Dead: ଜଳପ୍ରପାତରେ ଲିଭିଗଲା ଜୀବନ ଦୀପ; ଯୁବ ଖଣି ଯନ୍ତ୍ରୀଙ୍କ ଅକାଳ ମୃତ୍ୟୁରେ ଗାଁ ସ୍ତବ୍ଧ

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ମାଇନିଂ ଇଞ୍ଜିନିଅର ଦିବ୍ୟ ରଞ୍ଜନ ମହାନ୍ତ(୨୫)ଙ୍କର ତାଙ୍କ କର୍ମକ୍ଷେତ୍ର ସିରାଜୁଦ୍ଦିନ ଵାଲଦା ଲୌହ ଖଣିରୁ ପାର୍ଶ୍ଵସ୍ଥ  ହାଣ୍ଡିଭଙ୍ଗା ଜଳପ୍ରପାତରେ ବୁଡ଼ି ମୃତ୍ୟୁ ହୋଇଥିଲା।

ଗାନ୍ଧୀ ଜୟନ୍ତୀ ଛୁଟିରେ ସେ ସାଥୀମାନଙ୍କ ସହ ସେଠାକୁ ଗାଧୋଇବାକୁ ଯାଇଥିଲେ।

ସେଠାରୁ ତାଙ୍କ ସ୍ନାନରତ ଶେଷ ଭିଡିଓ ଏବେ ଭାଇରାଲ ହେଉଛି।

Advertisment ଆଜି ସେଠାରୁ ତାଙ୍କ ଭାସମାନ ମୃତଦେହ ମିଳିବା ପରେ ତାଙ୍କ ବାମେବାରୀ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରି ପଞ୍ଚନାମା କରାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଆଜି ସନ୍ଧ୍ୟାରେ ପୈତୃକ ଗାଁରେ ତାଙ୍କ ମରାଶରୀର ପହଞ୍ଚିବା ପରେ ପୂରା ଗାଁ ସ୍ତବ୍ଧ ହୋଇଯାଇଥିଲା।

ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ତାଙ୍କ ଶେଷ କୃତ୍ୟ କରାଯାଇଛି।

କାନ୍ଦିକାନ୍ଦି ମୂର୍ଚ୍ଛା ଯାଉଥିବା ମାଆ ଆଗରେ ମୃତ ପୁଅକୁ ବାପା ମୁଖାଗ୍ନି ଦେଉଥିବାରୁ ଦୃଶ୍ୟ ହୃଦୟ ବିଦାରକ ଥିଲା।

Waterfall: ନଗଡ଼ାର ୫ ଜଳପ୍ରପାତ: ମୌସୁମୀରେ ପର୍ଯ୍ୟଟକଙ୍କୁ ମନମୋହୁଛି ନୋଟିଆପାଣି ଝରଣା ଗୃହିଣୀ ରେଖା ମହାନ୍ତ ଓ  ପିମ୍ପୁଡ଼ିଆ ପତିତପାବନ ହାଇସ୍କୁଲ କର୍ମଚାରୀ ପ୍ରତାପ ଚନ୍ଦ୍ର ମହାନ୍ତଙ୍କ ଏକମାତ୍ର ପୁଅ ଦିବ୍ୟ ରଗଡି ପଲ୍ଲି ଟେକନିକରୁ ମାଇନିଂ ଡିପ୍ଲୋମା ପାସ କରିଥିଲେ।

ଗତ ଅଗଷ୍ଟ ପହିଲାରେ କେସିସି କମ୍ପାନିରେ ମାଇନିଂ ଫୋରମ୍ୟାନ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।