ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା
ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ସେ ଏସିଆନ ଗେମ୍ସରେ ଗଲ୍ଫରେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା ଗଲ୍ଫର୍ ହୋଇଛନ୍ତି।
ମୈସୁରର ୨୩ ବର୍ଷୀୟା ପ୍ରଣବୀ ଶେଷ ରାଉଣ୍ଡରେ ନିଜର ଏକ ଷ୍ଟ୍ରୋକ୍ରେ ଅଗ୍ରଣୀ ବଜାୟ ରଖି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ପ୍ରଣବୀଙ୍କ ବ୍ୟକ୍ତିଗତ ସ୍ବର୍ଣ୍ଣ ସହ ଭାରତୀୟ ମହିଳା ଗଲ୍ଫ ଟିମ ମଧ୍ୟ ରୌପ୍ୟ ପଦକ ଜିତିଛି। ପ୍ରଣବୀଙ୍କ ସହ ଅଦିତି ଅଶୋକ ଏବଂ ଦୀକ୍ଷା ଡାଗର ଭାରତୀୟ ଦଳର ଅଂଶ ଥିଲେ। ଚାଇନା ସ୍ବାର୍ଣ୍ଣ ପଦକ ଜିତିଥିବା ବେଳେ ଭାରତକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଏସିଆନ ଗେମ୍ସରେ ଗଲ୍ଫରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିବାର ଇତିହାସ ମଧ୍ୟ ରହିଛି। ୨୦୦୨ ବୁସାନ ଏସିଆନ ଗେମ୍ସରେ ଶିବ କପୁର ପୁରୁଷ ଗଲ୍ଫରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ମହିଳା ଗଲ୍ଫରେ ପ୍ରଣବୀ ଶରଥ ଉର୍ସଙ୍କ ଏହି ସଫଳତା ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।