ଓବିସି କ୍ରିମି ଲେୟର ମାପଦଣ୍ଡ ଉପରେ ଆଭିମୁଖ୍ୟ ଦୋହରାଇଲେ ସୁପ୍ରିମକୋର୍ଟ

Nov 07, 2026 - 07:34
ଓବିସି କ୍ରିମି ଲେୟର ମାପଦଣ୍ଡ ଉପରେ ଆଭିମୁଖ୍ୟ ଦୋହରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭ା୧୧: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କ୍ରିମି ଲେୟର ବା ସ୍ବଚ୍ଛଳ ବର୍ଗ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କର ଗତ ମାର୍ଚ୍ଚ ୧୧ର ରାୟକୁ ଦୋହରାଇଛନ୍ତି। ଅଦାଲତଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ମାତାପିତାଙ୍କ କେବଳ ଦରମା ବା ଆୟକୁ ଓବିସି କ୍ରିମି-ଲେୟର ବାଦ ଦେବାର ଏକମାତ୍ର ମାପଦଣ୍ଡ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଚାରପତି ପି. ଏସ୍‌. ନରସିଂହ ଏବଂ ଆର୍‌. ମହାଦେବନଙ୍କ ଖଣ୍ଡପୀଠ ଏହି ରାୟକୁ କେବଳ ଭବିଷ୍ୟତର ମାମଲାଗୁଡ଼ିକ ପାଇଁ ଲାଗୁ କରିବାକୁ କେନ୍ଦ୍ର ସରକାର କରିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିଷ୍ପତ୍ତି ପଛୁଆ ବର୍ଗର ସେହି ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ସଫଳତାର ନୂଆ ଦ୍ୱାର ଖୋଲିଛି, ଯେଉଁମାନେ ଆର୍ଥିକ ତାରତମ୍ୟ ଯୋଗୁଁ ନିଜର ପ୍ରକୃତ ଅଧିକାରରୁ ବଞ୍ଚିତ ହେଉଥିଲେ। ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ପ୍ରଭାବଶାଳୀ କରିବା ସହ ଅସଲ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।