କନ୍ୟା ରାଶିରେ ବୁଧ-ଚନ୍ଦ୍ରଙ୍କ ଏଣ୍ଟ୍ରି: ଆର୍ଥିକ ସମସ୍ୟାରେ ବୁଡିରହିବେ ୩ ରାଶି, ପାଖରୁ ପଳାଇବ ସବୁ ଧନ!
ଭୁବନେଶ୍ୱର: ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଚନ୍ଦ୍ରମା ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିରେ ପୂର୍ବରୁ ଅବସ୍ଥାନ କରୁଥିବା ବୁଧ ଗ୍ରହଙ୍କ ସହ ଚନ୍ଦ୍ରମାଙ୍କ ଯୁତି ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଓ ଚନ୍ଦ୍ର ମନ ଓ ବୁଦ୍ଧି ସହ ସିଧାସଳଖ ଭାବେ ଜଡ଼ିତ। ତେଣୁ ଉଭୟଙ୍କ ଯୁତିର ପ୍ରଭାବ ବ୍ୟକ୍ତିର ଚିନ୍ତାଧାରା, ନିଷ୍ପତ୍ତି ଓ ବ୍ୟବହାର ଉପରେ ପଡ଼ିପାରେ।
ଜ୍ୟୋତିଷୀୟ ମତାନୁସାରେ, ଚନ୍ଦ୍ରମା ବୁଧଙ୍କୁ ଶତ୍ରୁ ଭାବେ ବିଚାର କରନ୍ତି ନାହିଁ, କିନ୍ତୁ ବୁଧ ଚନ୍ଦ୍ରମାଙ୍କୁ ଶତ୍ରୁ ଭାବେ ମାନନ୍ତି। ଏହି ଯୁତିକୁ କେତେକ ଜ୍ୟୋତିଷ ପରମ୍ପରାରେ ‘ମତିଭ୍ରମ ଯୋଗ’ ସହ ଯୋଡ଼ାଯାଏ। ଫଳରେ ମାନସିକ ଅସ୍ଥିରତା, ଦ୍ୱନ୍ଦ୍ୱ କିମ୍ବା ନିଷ୍ପତ୍ତି ନେବାରେ ଦ୍ୱିଧା ଦେଖାଦେଇପାରେ। ଜ୍ୟୋତିଷାଚାର୍ଯ୍ୟଙ୍କ ମତାନୁସାରେ, ଏହି ଯୁତିର ପ୍ରଭାବ ସମସ୍ତ ରାଶିର ମାନସିକ ସ୍ଥିତି ଉପରେ ପଡ଼ିପାରେ। ତେବେ ୩ଟି ରାଶି ପାଇଁ ଏହି ସମୟ ଅଧିକ ଚ୍ୟାଲେଞ୍ଜିଂ ହୋଇପାରେ। ଧନ, କର୍ମକ୍ଷେତ୍ର ଓ ସମ୍ପର୍କରେ ସାବଧାନ ରହିବା ଆବଶ୍ୟକ।
ମେଷ ରାଶି ପାଇଁ ବୁଧ-ଚନ୍ଦ୍ର ଯୁତି ଷଷ୍ଠ ଭାବରେ ଗଠିତ ହେଉଛି। ଷଷ୍ଠ ଭାବକୁ ରୋଗ, ଋଣ ଓ ଶତ୍ରୁର ଭାବ ବୋଲି କୁହାଯାଏ। ଏହି ଯୁତି ଯୋଗୁ ମନ ଓ ବୁଦ୍ଧି ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିପାରେ। ମାନସିକ ଚାପ ରହିବା ସହ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ। ଆପଣଙ୍କ କଥାକୁ ଅନ୍ୟମାନେ ଭୁଲ ଭାବେ ବୁଝିପାରନ୍ତି। ଅଚାନକ ଖର୍ଚ୍ଚ ବଢ଼ି ଋଣ ନେବାର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ।
ସିଂହ ରାଶି ପାଇଁ ଏହି ଯୁତି ଦ୍ୱିତୀୟ ଭାବରେ ଗଠିତ ହେଉଛି। ଦ୍ୱିତୀୟ ଭାବ ଧନ, ବାଣୀ ଓ ପରିବାର ସହ ଜଡ଼ିତ। ଏଠାରେ ବୁଧଙ୍କ ସ୍ଥିତି ଶକ୍ତିଶାଳୀ ହେଲେ ମଧ୍ୟ ଚନ୍ଦ୍ରମାଙ୍କ ପ୍ରଭାବରେ ଚିନ୍ତା ଓ ବାଣୀରେ ଦ୍ୱନ୍ଦ୍ୱ ଦେଖାଦେଇପାରେ। ବ୍ୟବସାୟିକ ଡିଲ ସମୟରେ ଧୈର୍ଯ୍ୟ ହରାଇଲେ କ୍ଷତି ହୋଇପାରେ। ଏହି ସମୟରେ ବଡ଼ ନିବେଶ କରିବାରୁ ଦୂରେଇ ରହିବା ଭଲ। ଧନ ଆସିବାର ଗତି ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇପାରେ।
କୁମ୍ଭ ରାଶି ପାଇଁ ବୁଧ-ଚନ୍ଦ୍ର ଯୁତି ଅଷ୍ଟମ ଭାବରେ ହେଉଛି। ଅଷ୍ଟମ ଭାବକୁ ସଙ୍କଟ, ଅନିଶ୍ଚିତତା ଓ ଗୁପ୍ତ ବିଷୟର ଭାବ କୁହାଯାଏ। ଏହି ଯୁତି ଯୋଗୁ ମନରେ ଦ୍ୱନ୍ଦ୍ୱ ଓ ଅସ୍ଥିରତା ବଢ଼ିପାରେ। ଠିକ ଓ ଭୁଲ ମଧ୍ୟରେ ନିଷ୍ପତ୍ତି ନେବାବେଳେ ଭୁଲ ହୋଇପାରେ। ଅଯଥା ଚିନ୍ତା ଓ ଭୟ ମଧ୍ୟ ମନକୁ ଘାରିପାରେ। ବ୍ୟବସାୟରେ ନୂଆ କଣ୍ଟ୍ରାକ୍ଟ କିମ୍ବା ବଡ଼ ଡିଲ କରିବା ପାଇଁ ସମୟଟି ଅନୁକୂଳ ନ ହୋଇପାରେ। ପାର୍ଟନରଶିପରେ ଭୁଲ ବୁଝାମଣା କିମ୍ବା ଧୋକାର ଆଶଙ୍କା ରହିପାରେ। ଚାକିରି କରୁଥିବା ଲୋକଙ୍କ ମନ କାମରୁ ବିଚ୍ଛିନ୍ନ ହୋଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।