କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

Oct 12, 2026 - 16:19
କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ ଜିଲା ପାଇଁ ଗୌରବ ଆଣିଛନ୍ତି। ସବ୍‌ଜୁନିଅର ବର୍ଗରେ ଶୁଭାନନ୍ଦ ଜେନା ୫୫ କେଜି ଓ୍ବେଟ୍‌ରେ ଗୋଲ୍ଡ ମେଡାଲ, ବିବେକାନନ୍ଦ ଜେନା ୫୦ କେଜି ଓ୍ବେଟ୍‌ରେ ଗୋଲ୍ଡ ମେଡାଲ, ସନ୍ଦୀପ କୁମାର ଦଳାଇ ୬୦ କେଜି ଓ୍ବେଟ୍‌ରେ ଗୋଲ୍ଡ ମେଡାଲ ଏବଂ ଜୁନିଅର ବର୍ଗରେ ଅଭିଜିତ ଗନ୍ତାୟତ ୬୫ କେଜି ଓ୍ବେଟ୍‌ ଓ ୭୦ କେଜି ଓ୍ବେଟ୍‌ରେ ଆୟୁଷ୍ମାନ ଷଡ଼ଙ୍ଗୀ ଗୋଲ୍ଡ ମେଡାଲ ହାସଲ କରିଥିବା ଜଣାପଡ଼ିଛି l ଏହି ପାଞ୍ଚ ଜଣ ବିଜେତାଙ୍କ ମଧ୍ୟରୁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତଳା ଗ୍ରାମର ୩ ଜଣ ଛାତ୍ର ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଯାଆଁଳା ଭାଇ ଶୁଭାନନ୍ଦ ଓ ବିବେକାନନ୍ଦ ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ପୁଅ ଏବଂ ସନ୍ଦୀପ ହେଉଛନ୍ତି ସଦାଶିବ ଦଳାଇଙ୍କ ପୁଅ। ଏହି ତିନି ଜଣ ଯାକ ଗଞ୍ଜାମ ସହରସ୍ଥିତ ଜୟଶ୍ରୀ କରମେଟ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଅଟନ୍ତି। ତିନି ଜଣ ଗୋଲ୍ଡ ମେଡାଲ ବିଜେତା ଗଞ୍ଜାମ ସହରସ୍ଥିତ ଜୟଶ୍ରୀ କରମେଟ ସ୍କୁଲର ଦଶମ ଶ୍ରେଣୀ ଛାତ୍ର। ଏହି ଓପନ ନ୍ୟାଶନାଲ କରାଟେ ଚାମ୍ପଅନଶିପ୍‌ରେ ଖେଳିବାକୁ ଗତ ୮ରେ ଗୁଜରାଟ ଗସ୍ତ କରିଥିଲେ। କୋଚ୍‌ ପ୍ରମୋଦ କୁମାର ଅପାତଙ୍କ ନେତୃତ୍ୱରେ ଗଞ୍ଜାମ ଜିଲାରୁ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ଏହି ସଫଳତା ହାସଲ କରିଥିବା କୋଚ ଅମାତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ସମସ୍ତ ସ୍ବର୍ଣ୍ଣ ପଦକ ହାସଲକାରୀଙ୍କୁ ସହଯୋଗ କରିଛନ୍ତି ବୋଲି କୋଚ୍‌ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।