କେଏସୟୁବି କଲେଜରେ ଏବିଭିପିର ବାଜିମାତ୍: ବିଧାୟକ ଜଣାଇଲେ ଶୁଭେଚ୍ଛା
ଭଞ୍ଜନଗର, ୧୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଏହି ନିର୍ବାଚନରେ ବିଜ୍ଞାନ ସମ୍ପାଦକଙ୍କୁ ଛାଡି ଦେଲେ ଅନ୍ୟ ୧୧ ଜଣ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀ ଅଟନ୍ତି। ନିର୍ବାଚନରେ ସଭାପତି ଭାବେ ଶିବାଜୀ ମଲ୍ଲିକ ଏବଂ ଉପସଭାପତି ଭାବେ ବିଷ୍ଣୁ ପ୍ରସାଦ ନାୟକ ନିର୍ବାଚିତ ହୋଇଛନ୍ତି।
ସେହିପରି ସାଧାରଣ ସମ୍ପାଦକ ଭାବେ ସି.ଏଚ. ସୂର୍ଯ୍ୟମ ପାତ୍ର, ସହସାଧାରଣ ସମ୍ପାଦକ ଭାବେ ରାକେଶ କୁମାର ଗୁରୁ, କ୍ରୀଡ଼ା ସମ୍ପାଦକ ଭାବେ ସୋହନ କୁମାର ସ୍ବାଇଁ, ନାଟ୍ୟ ସମ୍ପାଦକ ଭାବେ ରିତେଶ କୁମାର ବେହେରା, ଡିଏସଏ ସମ୍ପାଦକ ଭାବେ ଅମିତ ନାୟକ, ମାଗାଜିନ ସମ୍ପାଦକ ଭାବେ ସୁମନ ପ୍ରଧାନ ଏବଂ ବିଜ୍ଞାନ ସମ୍ପାଦକ ଭାବେ ଶୁଭମ ସାହୁ ନିର୍ବାଚିତ ହୋଇଛନ୍ତି।
ଏଥିସହ ବାଳିକା କମନ ରୁମ ସମ୍ପାଦିକା ଭାବେ ତୁଳସୀ ନାୟକ, ବାଳକ କମନ ରୁମ ସମ୍ପାଦକ ଭାବେ ସରୋଜ କାନ୍ତ ଗୌଡ଼ ଏବଂ ଏସଏସ୍ଜି ସମ୍ପାଦକ ଭାବେ ଗଙ୍ଗା ନାଇକ ନିର୍ବାଚିତ ହୋଇଛନ୍ତି।
ନବନିର୍ବାଚିତ ପ୍ରତିନିଧିଙ୍କୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭେଚ୍ଛା ଜଣାଇଛନ୍ତି। ବିଳମ୍ବିତ ସନ୍ଧ୍ୟାରେ ସହରରେ ବିଜୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ସମୟରେ ବହୁ ଭାଜପା ନେତା ଉପସ୍ଥିତ ଥିଲେ।
ଏହାପୂର୍ବରୁ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ମଧ୍ୟ ଏବିଭିପି ସମର୍ଥିତ ସମସ୍ତ ଛାତ୍ରୀ ପ୍ରତିନିଧି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।