କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ
ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି ସନାତନ ମୁଣ୍ଡା (୪୫)କୁ ବିଭତ୍ସ ଭାବେ ହତ୍ୟା କରି ଦୁର୍ବୃତ୍ତମାନ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ସୋମବାର ରାତିରେ କମ୍ପାନୀ ସାମଗ୍ରୀ ଜଗି ରହିଥିବା ବେଳେ ଘଟିଛି ଏହି ହତ୍ୟାକାଣ୍ଡ । ସର୍ଗୀଗଡ଼ ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗି ରହିଥିଲା । ଏହି କାରଣରୁ ନେଇ ହତ୍ୟାକାଣ୍ଡ ହୋଇଥିବା ନେଇ ଜଣାପଡିଛି । କିନ୍ତୁ ଖବର ଲେଖାଯିବା ସୁଦ୍ଧା ହତ୍ୟାକାଣ୍ଡର କାରଣ ଓ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ କୋଇଡ଼ା ପୋଲିସର ତଦନ୍ତ ଜାରି ରଖିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।