ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ
ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି ଘୋଷଣା କରାଯାଇଛି। ଏହି ଅଫର ଭାରତର ସମସ୍ତ ଜୟଆଲୁକ୍କାସ ଶୋ’ରୁମରେ ନଭେମ୍ବର ୮ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ା ଜୟଆଲୁକ୍କାସ ଷ୍ଟୋରରେ ଉପଲବ୍ଧ ସୁନା, ହୀରା, ଅନକଟ ହୀରା, ମୂଲ୍ୟବାନ ପଥର, ପ୍ଲାଟିନମ୍ ଏବଂ ରୁପାର ଅତ୍ୟାଧୁନିକ ସମ୍ଭାର ମଧ୍ୟରୁ ଗ୍ରାହକମାନେ ଏକ ନିୟୁତରୁ ଅଧିକ ଡିଜାଇନ ରେଞ୍ଜରୁ ସେମାନଙ୍କ ପସନ୍ଦଯୋଗ୍ୟ ଗହଣା କ୍ରୟ କରିପାରିବେ। ମେକିଙ୍ଗ ଚାର୍ଜ ଅଫର୍ ସହିତ ପୁରୁଣା ସୁନା ବଦଳ ଉପରେ ୦% ଡିଡକ୍ସନ ବ୍ୟବସ୍ଥା ରହିଛି। ଏହି ଅବସରରେ କମ୍ପାନୀ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜୟଆଲୁକ୍କାସ କହିଛନ୍ତି, ଜୟୱାଲି ଦୀପାବଳି ସହିତ ଆମେ ଉତ୍ସବର ଆନନ୍ଦ ମୁହୂର୍ତ୍ତକୁ ଅଧିକ ସୁଖମୟ କରିବାକୁ ଚାହୁଁଛୁ। ଗ୍ରାହକମାନଙ୍କୁ ଅଧିକ ପସନ୍ଦଯୋଗ୍ୟ ଅଳଙ୍କାର ଯୋଗାଇବା ଆମର ବିଶେଷ ଲକ୍ଷ୍ୟ ବୋଲି ସେ କହିଛନ୍ତି।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।