କୋରାପୁଟ ଜିଲାରେ ୪୭୭ ମିମି ବର୍ଷା: କୁନ୍ଦ୍ରାରେ ସର୍ବାଧିକ ୫୯ ମିମି
କୋରାପୁଟ,୧୧ା୯(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବ୍ଲକ୍ରେ ଶୁକ୍ରବାର ୪୭୭ ମିମି ବର୍ଷା ରେକର୍ଡ ହୋଇଛି । ଜିଲାର କୁନ୍ଦ୍ରା ବ୍ଲକ୍ରେ ସର୍ବାଧିକ ୫୯ ମିମି ବର୍ଷା ରେକର୍ଡ ହୋଇଛି । ଜୟପୁରରେ ୫୪.୬, ଲମତାପୁଟରେ ୪୮, କୋଟପାଡ଼ ଓ ବୈପାରିଗୁଡ଼ାରେ ୪୬, ବୋରିଗୁମ୍ମାରେ ୪୩.୬ ଏବଂ ସେମିଳିଗୁଡ଼ାରେ ୪୩.୨ ମିମି ବର୍ଷା ହୋଇଛି ।
ସେହିପରି କୋରାପୁଟରେ ୩୧.୮, ନନ୍ଦପୁରରେ ୨୯, ପଟ୍ଟାଙ୍ଗିରେ ୨୧, ଲକ୍ଷ୍ମୀପୁରରେ ୨୦, ବନ୍ଧୁଗାଁରେ ୧୫.୨, ନାରାୟଣପାଟଣାରେ ୧୪.୬ ଏବଂ ଦଶମନ୍ତପୁରରେ ୫ ମିମି ବର୍ଷା ରେକର୍ଡ ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅପରପକ୍ଷେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ପ୍ରସ୍ତୁତ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।