ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

Sep 11, 2026 - 08:07
ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ କରୁଥିବା ଦୁଇ ଅଫିସରକୁ ବାଲେଶ୍ବର ଭଜିଲାନ୍ସ ଚଢାଉ କରି ଅଟକ ରଖିଛି । ତାଙ୍କ ନିକଟରୁ ୫ଲକ୍ଷ ଟଙ୍କା ଜବତ କରାଯାଇଛି । ସେମାନେ ହେଲେ ଅଡିଟ୍ ଅଫିସର୍‌ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ।

ଦୀର୍ଘ ୮-୧୦ ଦିନ ହେବ ହୋଟେଲ ଲଜିଂରେ ରହି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ । ତେବେ ସେମାନଙ୍କ ମଧ୍ଯରୁ ଜଣକର ବଦଳି ହୋଇଥିଲେ ମଧ୍ଯ ସେ ନିଜ ସ୍ଥାନରେ ରହି ଏଭଳି ଦୁର୍ନୀତି କରୁଥିଲେ । ପ୍ରତି ହଷ୍ଟେଲରୁ ପିଲା ପ୍ରତି ୧୦ଟଙ୍କା ସହିତ ଅଧିକ ୩।୪ ହଜାର ଟଙ୍କା ଆଦାୟ କରୁଥିଲେ । ଏପରିକି ପ୍ରତିଦିନ ୧୫-୨୦ଲକ୍ଷ ଟଙ୍କା ଆଦାୟ କରି ଘରକୁ ପଠାଉଥିଲେ । ତେବେ ଭିଜିଲାନ୍ସ ଟିମ ଉଭୟ ଅଫିସରଙ୍କ ଆୟ ବର୍ହିଭୂତ ସମ୍ପତିକୁ ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।