କ୍ରିକେଟ ପରେ ଏବେ ବ୍ୟବସାୟ ମଇଦାନରେ ଜୟସ୍ବାଲ: ବିକ୍ରି କରିବେ ଏହି ଜିନିଷ
ମୁମ୍ବାଇ,୧୫।୧୦: କ୍ରିକେଟ ପଡ଼ିଆରେ ନିଜର ପ୍ରତିଭାର ଛାପ ଛାଡ଼ିଥିବା ଭାରତୀୟ କ୍ରିକେଟର୍ ଯଶସ୍ବୀ ଜୟସ୍ବାଲ ଏବେ ବ୍ୟବସାୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି।ସ୍ ସେ ନିଜର ଏକ କ୍ଲୋଥିଂ ବ୍ରାଣ୍ଡ ‘YBJ Fits’ ଆରମ୍ଭ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ବ୍ରାଣ୍ଡ୍ରେ ପୋଷାକ ସହ ବ୍ୟାଗ ମଧ୍ୟ ଉପଲବ୍ଧ ହେବ।
ଯଶସ୍ବୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ନୂଆ ବ୍ରାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି। ବ୍ରାଣ୍ଡ୍ର ନାଁ ‘YBJ Fits’ ରଖାଯାଇଥିବା ବେଳେ ଏହାର ଲୋଗୋ ମଧ୍ୟ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଖୁବ୍ଶୀଘ୍ର ଏହା ବଜାରକୁ ଆସିବାକୁ ଥିବାରୁ ଯଶସ୍ବୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢ଼ିପାରେ। କେବଳ ବ୍ୟବସାୟ ନୁହେଁ, କ୍ରିକେଟ୍ରେ ମଧ୍ୟ ଯଶସ୍ବୀ ନିଜକୁ ନୂଆ ଭାବେ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ରଣଜୀ ଟ୍ରଫି ସମୟରେ ତାଙ୍କୁ ଉଇକେଟକିପିଂ ଅଭ୍ୟାସ କରୁଥିବା ଦେଖାଯାଇଥିଲା। ତେବେ ଏହା ପଛରେ ତାଙ୍କର ନିର୍ଦ୍ଦିଷ୍ଟ ଯୋଜନା କ’ଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ରଣଜୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିଥିଲେ ଯଶସ୍ବୀ। ତେବେ ଏହି ମ୍ୟାଚ୍ରେ ତାଙ୍କ ବ୍ୟାଟ୍ରୁ ରନ ବାହାରି ନ ଥିଲା ଏବଂ ସେ ଖାତା ଖୋଲିବାରେ ବିଫଳ ହୋଇଥିଲେ। ଭାରତର ନ୍ୟୁଜିଲାଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ରଣଜୀ ଟ୍ରଫିର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ପାଇଁ ମୁମ୍ବାଇ ଦଳରୁ ତାଙ୍କ ନାଁ ହଟାଯାଇଥିବା ସୂଚନା ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।