ଖୋଲିଲା ମା’ ଦୁର୍ଗା କାଳୀ ମନ୍ଦିରର ଦାନ ହୁଣ୍ଡି, ଆଦାୟ ହେଲା…

Oct 29, 2026 - 17:51
ଖୋଲିଲା ମା’ ଦୁର୍ଗା କାଳୀ ମନ୍ଦିରର ଦାନ ହୁଣ୍ଡି, ଆଦାୟ ହେଲା…

କଲ୍ୟାଣସିଂହପୁର,୨୯ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ପ୍ରସିଦ୍ଧ ମା’ ଦୁର୍ଗା କାଳୀ ମନ୍ଦିରର ଦାନ ହୁଣ୍ଡି ଗୁରୁବାର ଖୋଲାଯାଇଛି। ମା’ଙ୍କ ଆଶୀର୍ବାଦ ଓ ଶ୍ରଦ୍ଧାଳୁଙ୍କ ଦାନରୁ ଚଳିତ ବର୍ଷ ହୁଣ୍ଡିରୁ ମୋଟ୍‌ ୩୧,୧୪୦ ଟଙ୍କା ବାହାରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଗତ ୨୦୨୫ ବର୍ଷରେ ହୁଣ୍ଡିରୁ ୧୬,୦୦୦ ଟଙ୍କା ବାହାରିଥିଲା, ଯାହାକୁ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଭକ୍ତଙ୍କ ଦାନ ଅର୍ଥରାଶିରେ ଯଥେଷ୍ଟ ବୃଦ୍ଧି ଘଟିଛି। ଆଜି ଆଦାୟ ହୋଇଥିବା ଏହି ଅର୍ଥକୁ ମଧ୍ୟ ମନ୍ଦିରର ଉନ୍ନତି କାର୍ଯ୍ୟରେ ଲଗାଯିବ। ତେବେ ଏହାକୁ କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ବ୍ୟବହାର କରାଯିବ, ସେନେଇ ମନ୍ଦିର ପରିଚାଳନା କମିଟି ଆଗାମୀ ବୈଠକରେ ନିଷ୍ପତ୍ତି ନେବ ବୋଲି ଆଲୋଚନା ହୋଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।