ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…
ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର ଜିଲା ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି।
ଏଥିରେ ଅଗସ୍ତି ନୂଆଁଗାଁ ସରପଞ୍ଚ ପ୍ରତିନିଧି ତଥା ଯୁବ ନେତା ସରୋଜ କୁମାର ଦାସଙ୍କୁ ଜିଲା ଉପସଭାପତି ଭାବେ ମନୋନୀତ କରାଯାଇଛି। ସେହିପରି ଗଞ୍ଜାମ ଏନ୍ଏସି ୧୧ ନମ୍ବର ୱାର୍ଡ ଦାମୋଦରପୁରର ଯୁବ ସଂଗଠକ ଦୀପକ କୁମାର ବେହେରାଙ୍କୁ ଦଳ ପକ୍ଷରୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି।
ଏହି ନୂତନ ଦାୟିତ୍ୱ ମିଳିବା ପରେ ନବନିଯୁକ୍ତ ଜିଲା ଉପସଭାପତି ସରୋଜ ଦାସ ଓ କାର୍ଯ୍ୟକାରିଣୀ ସଦସ୍ୟ ଦୀପକ କୁମାର ବେହେରା ଜିଲା ସଭାପତି, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ପଦାଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।