ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

Oct 25, 2026 - 10:36
ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ ଖୋଲିବା ମାତ୍ରେ ନିଜର କୌଣସି ଜରୁରୀ କାମ ସାରିଦେବେ, ତେବେ ଟିକେ ଅଟକି ଯାଆନ୍ତୁ। ବାସ୍ତବରେ, କାଲି ସୋମବାର ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି। ବ୍ୟାଙ୍କ ଯିବା ପୂର୍ୱରୁ ଆପଣଙ୍କ ସହର କିମ୍ୱା ରାଜ୍ୟରେ କାଲି ବ୍ୟାଙ୍କ ଖୋଲା ଅଛି ନା ନାହିଁ ତାହା ନିଶ୍ଚିତ କରି ନିଅନ୍ତୁ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ଘୋଷଣା କରିଛି। ଏଥିରୁ ସ୍ପଷ୍ଟ ଯେ କାଲି ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ନାହିଁ, ବରଂ କିଛି ର୍ନିଦ୍ଦିଷ୍ଟ ରାଜ୍ୟରେ ହିଁ ବ୍ୟାଙ୍କ ଛୁଟି ରହିବ।

ଜଣାଇ ରଖୁଛୁ ଯେ ୨୬ ଅକ୍ଟୋବରରୁ ୧ ନଭେମ୍ୱର ମଧ୍ୟରେ ବ୍ୟାଙ୍କ ଚାରି ଦିନ ବନ୍ଦ ରହିବ। କାଲି ଅର୍ଥାତ ସୋମବାର ଦିନ ଅନେକ ରାଜ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, କାନାରା, ଏଚ୍ଡିଏଫ୍ସି, ଆକ୍ସିସ, ଆଇସିଆଇସିଆଇ ଭଳି ସରକାରୀ ତଥା ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ସୋମବାର ଦିନ ଜମ୍ମୁ-କାଶ୍ମୀରରେ ବିଲୟ ଦିବସ (Accession Day) ଉପଲକ୍ଷେ ବ୍ୟାଙ୍କ ବନ୍ଦ ରହିବ। ଜମ୍ମୁ ଓ କାଶ୍ମୀରରେ ଏହି ଦିନ ସରକାରୀ ଛୁଟି ଥାଏ। ୨୬ ଅକ୍ଟୋବର ୧୯୪୭ରେ ସେଠାକାର ତତ୍କାଳୀନ ମହାରାଜା ହରି ସିଂହ ଭାରତ ସହିତ ମିଶ୍ରଣ ଚୁକ୍ତିପତ୍ରରେ ସୱାକ୍ଷର କରିଥିଲେ, ଯାହାର ସ୍ମୃତିରେ ଏହି ଦିବସ ପାଳନ କରାଯାଏ। ଏହା ବ୍ୟତୀତ ତ୍ରିପୁରାରେ ଲକ୍ଷ୍ମୀ ପୂଜା ଉପଲକ୍ଷେ ବ୍ୟାଙ୍କ ବନ୍ଦ ରହିବ। ମହର୍ଷି ବାଲ୍ମୀକି ଜୟନ୍ତୀ ଅବସରରେ ଚଣ୍ଡିଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ। ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକରେ କାଲି ସୋମବାର ଦିନ ବ୍ୟାଙ୍କ ସାଧାରଣ ଦିନ ପରି ଖୋଲା ରହିବ।

୨୯ ଅକ୍ଟୋବର (ଗୁରୁବାର) କରୱା ଚୌଥ ଉପଲକ୍ଷେ ହିମାଚଳ ପ୍ରଦେଶରେ ବ୍ୟାଙ୍କ ଛୁଟି ରହିବ।
୩୧ ଅକ୍ଟୋବର (ଶନିବାର) ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ କାରଣରୁ ଗୁଜରାଟରେ ବ୍ୟାଙ୍କ ବନ୍ଦ ରହିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।