ଚିଲିଗୁଡ଼ାରୁ ଫୁପଗାଁକୁ ଯୋଡ଼ିବ ନୂଆ ରାସ୍ତା, ଉପକୃତ ହେବେ ୩ ବ୍ଲକ୍ର ହଜାର ହଜାର ଲୋକ
କୋକସରା,୨୬।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ଅଞ୍ଚଳବାସୀଙ୍କ ଦାବି ଶେଷରେ ପୂରଣ ହୋଇଛି। ୨୬ ନମ୍ବର ଜାତୀୟ ରାଜପଥ କୋକସରା ବ୍ଲକ ଚିଲିଗୁଡାଠାରୁ ଫୁପଗାଁକୁ ସଂଯୋଗ କରୁଥିବା ରାସ୍ତା ସୋମବାର ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀଙ୍କ କର କମଳରେ ଆନୁଷ୍ଠାନିକ ଭାବେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଅଧିକାରୀ ସୋଭାଗ୍ୟ ମହାପାତ୍ର, ଚିଲିଗୁଡା ଗ୍ରାମର ଦେବାନନ୍ଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ।
ଏହି ରାସ୍ତା ମୁଖ୍ୟମନ୍ତ୍ରୀ ରାସ୍ତା ଭାବେ ଭିତ୍ତିପ୍ରସ୍ତର ସ୍ଥାପନ ହେବାପରେ ଅଞ୍ଚଳବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସମେତ କଳାହାଣ୍ଡି ସାଂସଦ, ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ରାସ୍ତା ନିର୍ମାଣ ହେଲେ କୋକସରା ବ୍ଲକର ୩ ଗୋଟି ପଞ୍ଚାୟତ ସମେତ କଲମପୁର, ଜୟପାଟଣା ବ୍ଲକର ହଜାର ହଜାର ଲୋକେ ଉପକୃତ ହେବେ ବୋଲି ଆଶା କରାଯାଉଛି । କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।