ଛାତ୍ରାବାସରେ ପଶିଲା ପାଣି
ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ ବିପିନ ବିହାରୀ ନାୟକ ତୁରନ୍ତ ଛାତ୍ରମାନଙ୍କୁ ଶ୍ରେଣୀଗୃହକୁ ସ୍ଥାନାନ୍ତର କରିଥିଲେ। ପରେ ଶ୍ରେଣୀଗୃହରେ ମଧ୍ୟ ବର୍ଷାପାଣି ପଶିଯାଇଥିଲା। ଝରିଗାଁ ବିଡିଓ ମଧୁସୂଦନ ମାଝୀ, ତହସିଲଦାର ସୁମନ୍ତ ପାତ୍ର, ଏଇଇ ବିନୀତ ମିଶ୍ର, ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ପିଇଓ ଛବିଲାଲ ସାହୁ ପ୍ରମୁଖ ସ୍କୁଲରେ ପହଞ୍ଚତ୍ ସୁରକ୍ଷିତ ଭାବେ ଛାତ୍ରମାନଙ୍କୁ ଅସମ୍ପୂର୍ଣ୍ଣ ନୂତନ ଛାତ୍ରାବାସକୁ ସ୍ଥାନାନ୍ତର କରିଥିଲେ। ବ୍ଲକ୍ରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ସୂଚନା ମିଳିଛି। ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ ଏବଂ ପିଇଓ ଛବିଲାଲ ସାହୁ ଅସହାୟ ପରିବାରକୁ ଚୁଡ଼ା, ଗୁଡ଼ ଏବଂ ବିସ୍କୁଟ ଆଦି ଦେଇଛନ୍ତି। ସେହିପରି ଡାଇନିଗୁଡ଼ା-ଚଚା ମୁଖ୍ୟ ରାସ୍ତାରେ ଥିବା ବାମୁଣିନାଳରେ ୩ ଫୁଟ୍ର ପାଣି ପ୍ରବାହିତ ହେଉଛି। ଗୁରୁବାର ସା ୫ଟାରୁ ରାମସା ନିକଟସ୍ଥ ଆପ୍ରୋଚ୍ ରୋଡ୍ ଭାଙ୍ଗିଯାଇ ରାସ୍ତା ଉପରେ ୨ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଝରିଗାଁ- ଡାବୁଗାଁ ଯାତାୟାତ ଠପ୍ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।