ଜାତୀୟ ସ୍ତରରେ କମାଲ କଲେ କଳାହାଣ୍ଡିର ଝିଅ, ମିସେସ୍ ଇଣ୍ଡିଆରେ ଚତୁର୍ଥ ସ୍ଥାନ

Oct 14, 2026 - 21:13
ଜାତୀୟ ସ୍ତରରେ କମାଲ କଲେ କଳାହାଣ୍ଡିର ଝିଅ, ମିସେସ୍ ଇଣ୍ଡିଆରେ ଚତୁର୍ଥ ସ୍ଥାନ

ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): ଜାତୀୟ ମଞ୍ଚରେ ଚମକିଲେ କଳାହାଣ୍ଡିର ଝିଅ ମମତା ପଣ୍ଡା । ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ନିଜ ପ୍ରତିଭା ଓ ପାରଦର୍ଶିତାର ପରିଚୟ ଦେଇ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରି ସେ ଜିଲା ପାଇଁ ଗୌରବ ଆଣିଛନ୍ତି । କଳାହାଣ୍ଡିର ଲେଖିକା ତଥା ରାଜନେତ୍ରୀ ମମତା ପଣ୍ଡା।

ଦିଲ୍ଲୀର ଭିଭାନ୍ତା ତାଜ୍‌ରେ ପ୍ରାଇଡ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ମିସେସ୍ ଇଣ୍ଡିଆ ୩୫ରୁ ୫୦ ବର୍ଷ ବୟସ ବର୍ଗର ଜି୨ କ୍ୟାଟେଗୋରୀରେ ଆୟୋଜିତ ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ୮୬ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ରାଉଣ୍ଡରେ ନିଜର ଦକ୍ଷତା ଓ ଆତ୍ମବିଶ୍ୱାସ ପ୍ରଦର୍ଶନ କରି ମମତା ପଣ୍ଡା ଚତୁର୍ଥ ସ୍ଥାନ ହାସଲ କରିଥିଲେ । କେବଳ ସେତିକି ନୁହେଁ, ନିଜର ବ୍ୟକ୍ତିତ୍ୱ ଓ ଅନ୍ତର୍ନିହିତ ପ୍ରତିଭା ପାଇଁ ତାଙ୍କୁ “ଓମେନ ଅଫ ଦ ସବଷ୍ଟାଣ୍ସ” ରେ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସଫଳତାକୁ ନେଇ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ମମତାଙ୍କ ଘର ଜିଲାର ଜୟପାଟଣା ବ୍ଲକ ବାନେର ହୋଇଥିବାବେଳେ ଜଣେ ଲେଖିକା,କବି ଓ ସକ୍ରିୟ ଭାଜପା ରାଜନେତ୍ରୀ ହିସାବରେ ମଧ୍ୟ ଜିଲାର ବେଶ ପରିଚିତ ରହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।